Odisha Link
Bridging the Missing Links in Odisha

ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ

ଘରୋଇ ବସ୍‌ ମାଲିକ ସଂଘ ଆନ୍ଦୋଳନରୁ ଓହରିବା ପରେ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରିଛି।

ଓଏଲ୍‌ ବ୍ୟୁରୋ: ବିଭିନ୍ନ ଦାବି ନେଇ ରାଜ୍ୟରେ ଡ୍ରାଇଭର ସଙ୍ଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଥିଲା। ଘରୋଇ ବସ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦୁଇଦିନ ପରେ ଆଜି ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି। ଘରୋଇ ବସ୍‌ ମାଲିକ ସଂଘ ଆନ୍ଦୋଳନରୁ ଓହରିବା ପରେ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରିଛି। ରାଜ୍ୟରେ ବସ୍‌ ଚଳାଜଳ ସ୍ୱାଭାବିକ ହୋଇଥିବା ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଆଜି ଏହି ସୂଚନା ଦେଇଛନ୍ତି।

ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ସଂଘର ଆଲୋଚନା ଫଳପ୍ରଦ ହୋଇଥିବା ସୂଚନା ମିଳିଥିଲା। ସରକାର ୩ ମାସ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ଜାଣିବା ପରେ ଆଜି ବସ୍‌ ଚଳାଚଳ ସ୍ୱାଭାବିକ ହୋଇଛି। ବିଭିନ୍ନ ସ୍ଥାନକୁ ବସ୍‌ ଚଳାଚଳ କରୁଛି। ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରତ୍ୟାହୃତ ପରେ ବସ ଚଳାଚଳ ସ୍ୱାଭାବିକ ହୋଇଛି।

Leave A Reply

Your email address will not be published.