ଆଦର୍ଶ ବିଦ୍ୟାଳୟର ୧୫ ଛାତ୍ରଛାତ୍ରୀ ଅସୁସ୍ଥ
ହଷ୍ଟେଲରେ ମେଡିକାଲ ଟିମ୍ର ଚିକିତ୍ସା ପରେ ପହଞ୍ଚିଲେ ଫୁଡ୍ ଇନ୍ସପେକ୍ଟର।

ଓଏଲ୍ ବ୍ୟୁରୋ : ବଲାଙ୍ଗିର ଜିଲ୍ଲା ପଥରଚେପା ଆଦର୍ଶ ବିଦ୍ୟାଳୟରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିଦ୍ୟାଳୟର ୧୫ରୁ ଅଧିକ ଛାତ୍ରଛାତ୍ରୀ ଏକସଙ୍ଗେ ଅସୁସ୍ଥ ହୋଇଥିବା ଜଣା ପଡିଛି। ଯୁକ୍ତ ଦୁଇ ପିଲାଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ ଛାତ୍ରଛାତ୍ରୀ। ହଷ୍ଟେଲରେ ମେଡିକାଲ ଟିମ୍ର ଚିକିତ୍ସା ପରେ ପହଞ୍ଚିଲେ ଫୁଡ୍ ଇନ୍ସପେକ୍ଟର।
ପୂର୍ବରୁ, ବାଲେଶ୍ଵର ଜିଲ୍ଲା ସୋର ଅନ୍ତର୍ଗତ ବରଖୁରୀ ମାଧ୍ୟମିକ ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣା ପଡିଥିଲା। ଖେଳୁଥିବା ବେଳେ ତାଙ୍କ ଛାତି ଓ ମୁଣ୍ଡରେ ଯନ୍ତ୍ରଣା ଅନୁଭବ ହେଉଥିବାରୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା।ବିଷାକ୍ତ ଖାଦ୍ୟ କହି ଏଭଳି ଅବସ୍ଥା ହୋଇଥିବା କୁହାଯାଉଥିଲା।