ଓଡ଼ିଶା ମୋ ବାପାଙ୍କୁ ଝୁରୁଛି: ନବ ଦାସଙ୍କ ଝିଅ
ଲଇକେରା ବ୍ଳକରେ ଏକ ଜନସଭାରେ ଯୋଗ ଦେଇଛନ୍ତି ନବ ଦାସଙ୍କ ଝିଅ ଦୀପାଳି।

ଓଏଲ୍ ବ୍ୟୁରୋ: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଏହାରି ମଧ୍ୟରେ ଏକ ମାସ ପୁରିଲାଣି। ତଦନ୍ତ ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ହତ୍ୟା କାରଣ ସ୍ପଷ୍ଟ ହୋଇନାହିଁ। ଲଇକେରା ବ୍ଳକରେ ଏକ ଜନସଭାରେ ଯୋଗ ଦେଇଛନ୍ତି ନବ ଦାସଙ୍କ ଝିଅ ଦୀପାଳି। ଜନ ସମାଗମରେ ଯୋଗ ଦେଇ ସେ କହିଛନ୍ତି, ବଳ ତାକୁ ଗୋଟାଇବାକୁ ପଡ଼େ ଯାହା ପାଖରେ ନଥାଏ। ଆମ ପାଖରେ ଲୋକଙ୍କ ଭଲପାଇବା ବଳ ଅଛି। ପୁରା ଓଡ଼ିଶା ମୋ ବାପାଙ୍କୁ ଝୁରୁଛି, ଆମ ପୁରା ପରିବାର ବାପାଙ୍କ ସ୍ୱପ୍ନକୁ ଆଗକୁ ନେବ। ଆମେ ଭାଇଭଉଣୀ ୨ ଜଣ ଦୁଇଜଣଙ୍କୁ ସପୋର୍ଟ କରିବୁ। ତା’ ବ୍ୟତୀତ ମୋ ବାପାଙ୍କୁ ତ ସାରା ରାଜ୍ୟବାସୀ ଝୁରୁଛନ୍ତି।
ଅନ୍ୟପକ୍ଷେ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକାଣ୍ଡକୁ ଏକ ମାସରୁ ଅଧିକ ସମୟ ବିତିଗଲାଣି। ହତ୍ୟାକାଣ୍ଡକୁ ନେଇ ତଦନ୍ତ ଜାରି ରହିଥିବାବେଳେ ହତ୍ୟାକାଣ୍ଡର ମୁଖ୍ୟ କାରଣ ବର୍ତମାନ ସୁଦ୍ଧା ସାମ୍ନାକୁ ଆସିପାରିନାହିଁ। ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ବିଧାୟକ ସ୍ଥାନ ପାଇଁ ଆଉ ଥରେ ଉପନିର୍ବାଚନ ହେବ କିନ୍ତୁ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିନାହାନ୍ତି ନିର୍ବାଚନ କମିଶନ। ଦୀର୍ଘଦିନ ରାଜନୀତି ପରେ ନବ ଦାସ ଯେଉଁ ପରିଚୟ ସୃଷ୍ଟି କରିଥିଲେ ତାକୁ ଆଗକୁ ବଢ଼ାଇବା ପାଇଁ ତାଙ୍କ ଝିଅ ଦିପାଳି ଦାସ ଗ୍ରାମାଂଚଳରେ ବୁଲି ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି।