Odisha Link
Bridging the Missing Links in Odisha

ମାଓ ଆକ୍ରମଣରେ ଯୁବକ ମୃତ

ମୃତ ଯୁବକ ଜଣକ ହେଉଛନ୍ତି ଲକ୍ଷ୍ମୀପୁର ଗାଁର ନାରାୟଣ ନାଗେସ୍‌।

ଓଏଲ୍‌ ବ୍ୟୁରୋ: ମାଓ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ଉମରକୋଟ ରାଇଘର ଅଞ୍ଚଳରେ ଘରୁ ଡାକି ନେଇ ଯୁବକଙ୍କୁ ଗୁଳି କଲେ ମାଓବାଦୀ। ହତ୍ୟା ନେଇ ମେନପୁର-ନୂଆପଡ଼ା ଡିଭିଜନ ପକ୍ଷରୁ ପୋଷ୍ଟର ଜାରି କରାଯାଇଛି। ଜାରି ହୋଇଥିବା ପୋଷ୍ଟର ଅନୁସାରେ, ବନ ବିଭାଗ ସହ ମିଶି ଜଙ୍ଗଲ କାଟି ଥିବାରୁ ଘରୁ ଡାକି ନେଇ ଯୁବକଙ୍କୁ ଗୁଳିକରି ହତ୍ୟା କରିଛନ୍ତି ନକ୍ସଲ। ତେବେ ମୃତ ଯୁବକ ଜଣକ ହେଉଛନ୍ତି ଲକ୍ଷ୍ମୀପୁର ଗାଁର ନାରାୟଣ ନାଗେସ୍‌। ବନ ବିଭାଗ ସହ ମିଶି ଜଙ୍ଗଲ କାଟି ଥିବାରୁ ମାଓ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.