Odisha Link
Bridging the Missing Links in Odisha

ରାଜଧାନୀରେ କୁଆପଥର ବର୍ଷା

ଆଜି ସକାଳୁ ପଶ୍ଚିମାଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇଥିଲା।

ଓଏଲ୍‌ ବ୍ୟୁରୋ: ବର୍ଷାରେ ଭିଜିଛି ରାଜ୍ୟର ଅନେକ ଜିଲ୍ଲା। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହେଉଥିବା ଜଣା ପଡିଛି। ପାଗ କୋହଲା ଥିବାବେଳେ ଅନେକ ସ୍ଥାନରେ ମୃଦୁ ପବନ ଅନୁଭୂତ ହେଉଛି। ଆଜି ସକାଳୁ ପଶ୍ଚିମାଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇଥିଲା। ତେବେ ଏହି ପଶ୍ଚିମାଝଡ଼ର ପ୍ରଭାବ ରାଜ୍ୟରେ ଆଉ ୨ଦିନ ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ତେବେ ବର୍ଷା ହେବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରାରୁ ମୁକ୍ତି ମିଳିଥିବା କୁହାଯାଉଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଶ୍ଚିମାଝଡ଼ର ପ୍ରଭାବରେ ବର୍ଷା ପବନ ସହିତ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୦ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି, ଗଞ୍ଜାମ ଓ କନ୍ଧମାଳ। ସେହିପରି ୨୧ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି। ଅନ୍ୟପକ୍ଷେ, ବର୍ଷା କାରଣରୁ କିଛି ସ୍ଥାନରେ ଜଙ୍ଗଲରେ ଲାଗିଥିବା ନିଆଁ ଆୟତ୍ତ କରିବାରେ ସହଜ ହୋଇଯାଇଥିବା କୁହାଯାଉଛି।

Leave A Reply

Your email address will not be published.