Odisha Link
Bridging the Missing Links in Odisha

ସାହାରା ଚିଟ୍‌ଫଣ୍ଡ ଠକେଇ ମାମଲା: ଟଙ୍କା ଫେରସ୍ତ ନେଇ କମିଟି ଗଠନ କରିବାକୁ ନିର୍ଦ୍ଦେଶ

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହି କମିଟି ଗଠନ ହେବ।

ଓଏଲ୍‌ ବ୍ୟୁରୋ: ଅନେକ ଚିଟ୍‌ଫଣ୍ଡ ଠକେଇ ମାମଲା ସାମ୍ନାକୁ ଆସିଥିଲା ଯାହାକୁ ନେଇ କୋର୍ଟର ଦ୍ୱାରସ୍ତ ହୋଇଥିଲେ ସମ୍ପୃକ୍ତ ବ୍ୟକ୍ତି। ବହୁ ଚର୍ଚିତ ସାହାରା ଚିଟ୍‌ଫଣ୍ଡ ମାମଲାକୁ ଜମାକାରୀମାନେ କୋର୍ଟର ଦ୍ୱାରସ୍ତ ହୋଇଥିଲେ। ପୂର୍ବରୁ ଏହି ମାମଲାର ଅନେକ ଥର ଶୁଣାଣି ହୋଇଥିଲା। ହେଲେ ଶୁଣାଣି ମାଧ୍ୟମରେ ମାମଲା ଶେଷ ଶୁଣାଣି ହୋଇପାରିନାହିଁ। ଆଜି ସୁପ୍ରିମକୋର୍ଟରେ ସାହାରା ଚିଟ୍‌ଫଣ୍ଡ ଠକେଇ ମାମଲାର ଶୁଣାଣି ହୋଇଥିବାବେଳେ ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସାହାରା ଚିଟ୍‌ଫଣ୍ଡ ଠକେଇ ମାମଲାର ନିଷ୍ପତ୍ତିକୁ ନେଇ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହି କମିଟି ଗଠନ ହେବ। କ୍ଷତିଗ୍ରସ୍ତ ଜମାକାରୀଙ୍କୁ କିଭଳି ଟଙ୍କା ମିଳିବ ଏନେଇ କମିଟି ନିଷ୍ପତ୍ତି ନେବ ବୋଲି ସୁପ୍ରିମକୋର୍ଟ ଶୁଣାଣି ମାଧ୍ୟମରେ କହିଥିବା ଜଣା ପଡିଛି।

Leave A Reply

Your email address will not be published.