ଟ୍ରକ୍କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍, ୨ ମୃତ
ଦୁର୍ଘଟଣା ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କର ସ୍ପଷ୍ଟ ପରିଚୟ ମିଳିପାରିନାହିଁ।

ଓଏଲ୍ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ପିତାପଲ୍ଲୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ରାସ୍ତାକଡ଼ରେ ଛିଡା ହୋଇଥିବା ଟ୍ରକ୍କୁ ଏକ ପିକ୍ଅପ୍ ଭ୍ୟାନ୍ ପଛରୁ ଧକ୍କା ଦେଇଛି। ପିକ୍ଅପ୍ ଭ୍ୟାନ୍ ଧକ୍କା ଦେବା ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ତେବେ ଦୁର୍ଘଟଣା ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କର ସ୍ପଷ୍ଟ ପରିଚୟ ମିଳିପାରିନାହିଁ।
ଖବର ଅନୁସାରେ, ଖୋର୍ଦ୍ଧାରୁ ଏକ ପିକ୍ଅପ୍ ଭ୍ୟାନ୍ଟି ଆଜି ସକାଳେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। ପିକ୍ଅପ୍ ଭ୍ୟାନ୍ ଯିବା ସମୟରେ ପିତାପଲ୍ଲୀ ଛକର ରାସ୍ତାକଡ଼ରେ ଏକ ଟ୍ରକ୍ଟି ଠିଆ ହୋଇଥିଲା। ପିକ୍ଅପ୍ ଭ୍ୟାନ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଛିଡା ହୋଇଥିବା ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପିକ୍ଭ୍ୟାନ୍ରେ ଥିବା ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣ ଘଟିବା ପରେ ପୁଲିସ ପହଂଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଥିବାବେଳେ ଘଟଣାର ତଦନ୍ତ ଜାରି କରିଛି ।