Odisha Link
Bridging the Missing Links in Odisha

ଡିଜେ ଆଜେକ୍ସ ମୃତ୍ୟୁ ଘଟଣା: ସମ୍ପୃକ୍ତ ବାନ୍ଧବୀଙ୍କ ବୟାନ ରେକର୍ଡ

ଫେବ୍ରୁଆରୀ ୨୮ ତାରିଖରେ ସେଲିବ୍ରେସନ ବେଳେ ସୁଟ ହୋଇଥିଲା ଭିଡିଓ।

ଓଏଲ୍‌ ବ୍ୟୁରୋ: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଆଜେକ୍ସଙ୍କ ମୃତ୍ୟୁ ମାମଲାକୁ ନେଇ ଖାରବେଳନଗର ଥାନାରେ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରାଯାଇଛି। ଖାରବେଳନଗର ଥାନାର ସ୍ୱତନ୍ତ୍ର ଟିମ୍ ଦ୍ୱାରା ପଚରାଉଚରା କରାଯାଇଛି। ୧୬୧ ଧାରାରେ ବାନ୍ଧବୀଙ୍କର ବୟାନ ରେକର୍ଡ ହୋଇଛି।

ପୂର୍ବରୁ, ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଥିଲା। ପ୍ରେମିକାଙ୍କ ବାର୍ଥ ଡେ’ ରାତିରେ ସୁଟ୍ ହୋଇଥିଲା ଅନସିନ୍ ଭିଡିଓ। ରାଜଧାନୀର ୟୁନିଟ-୩ ଅଞ୍ଚଳରେ ଥିବା ଏକ ଓୟୋରେ ହୋଇଥିଲା ବାର୍ଥ ଡେ’ ସେଲିବ୍ରେସନ। ଫେବ୍ରୁଆରୀ ୨୮ ତାରିଖରେ ସେଲିବ୍ରେସନ ବେଳେ ସୁଟ ହୋଇଥିଲା ଭିଡିଓ। ଯେଉଁ ଭିଡିଓ ପାଇଁ ବାନ୍ଧବୀ ଜଣକ ବ୍ଲାକମେଲ କରୁଥିବା ସନ୍ଦେହ କରାଯାଉଛି। ମୋବାଇଲରୁ ମିଳିଥିବା ମେସେଜରୁ ଏଭଳି ପ୍ରମାଣ ପାଇଥିଲା ପୁଲିସ। ବାନ୍ଧବୀ ସନ୍ଦେହ ଘେରରେ ଥିବାବେଳେ ଆଜି ବୟାନ ରେକର୍ଡ କରିଛି ପୁଲିସ।

ଅନ୍ୟପକ୍ଷେ, ଡିଜେ ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଆସିଥିବା ଜଣା ପଡିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ବେକରେ ରହିଛି ଦାଗ, ଅନ୍ୟ ସ୍ଥାନରେ ଚିହ୍ନ ନଥିବା ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ କୁହାଯାଉଛି। ହେଲେ ପରିବାର ଲୋକେ ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପ୍ରେମିକାଙ୍କ ହାତ ଥିବା ଅଭିଯୋଗ ଆଣିଛନ୍ତି। ବାନ୍ଧବୀ ଓ ତାଙ୍କ ପ୍ରେମିକା ତାଙ୍କୁ ବ୍ଲାକମେଲ୍ କରୁଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ଥାନାରେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.