Odisha Link
Bridging the Missing Links in Odisha

ଆସିଲା ଡିଜେ ଆଜେକ୍ସଙ୍କ ବ୍ୟବଚ୍ଛେଦ ରିପୋର୍ଟ, ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଉଲ୍ଲେଖ

ବେକରେ ରହିଛି ଦାଗ, ଅନ୍ୟ ସ୍ଥାନରେ ଚିହ୍ନ ନଥିବା କୁହାଯାଉଛି।

ଓଏଲ୍‌ ବ୍ୟୁରୋ: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ତେବେ ଏହାରି ମଧ୍ୟରେ ଆସିଲା ଶବ ଡିଜେ ଆଜେକ୍ସଙ୍କ ବ୍ୟବଚ୍ଛେଦ ରିପୋର୍ଟ। ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଜଣା ପଡିଛି। ବେକରେ ରହିଛି ଦାଗ, ଅନ୍ୟ ସ୍ଥାନରେ ଚିହ୍ନ ନଥିବା ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ କୁହାଯାଉଛି।

ଖବର ଅନୁସାରେ, ଖାରବେଳେ ନଗର ଘରୁ ଝୁଲନ୍ତା ଅବସ୍ଥାରେ ଅକ୍ଷୟ କୁମାର ମହାରଣାଙ୍କର ମୃତଦେହ ଉଦ୍ଧାର ପରେ ଦୁଇ ଜଣଙ୍କ ନାଁରେ ଖାରବେଳନଗର ଥାନା ପୁଲିସ ମାମଲା ରୁଜୁ କରିଥିଲା। ଡିଜେ ଆଜେକ୍ସଙ୍କ ପ୍ରେମିକା ଓ ତାଙ୍କ ବନ୍ଧୁଙ୍କ ନାଁରେ ମାମଲା ରୁଜୁ ହୋଇଛି। ପରିବାର ଲୋକେ ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପ୍ରେମିକାଙ୍କ ହାତ ଥିବା ଅଭିଯୋଗ ଆଣିଛନ୍ତି। ବାନ୍ଧବୀ ଓ ତାଙ୍କ ପ୍ରେମିକା ତାଙ୍କୁ ବ୍ଲାକମେଲ୍ କରୁଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ଥାନାରେ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷେ, ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ପ୍ରେମିକାଙ୍କ ବାର୍ଥ ଡେ’ ରାତିରେ ସୁଟ୍ ହୋଇଥିଲା ଅନସିନ୍ ଭିଡିଓ। ରାଜଧାନୀର ୟୁନିଟ-୩ ଅଞ୍ଚଳରେ ଥିବା ଏକ ଓୟୋରେ ହୋଇଥିଲା ବାର୍ଥ ଡେ’ ସେଲିବ୍ରେସନ। ଫେବ୍ରୁଆରୀ ୨୮ ତାରିଖରେ ସେଲିବ୍ରେସନ ବେଳେ ସୁଟ ହୋଇଛି ଭିଡିଓ। ଯେଉଁ ଭିଡିଓ ପାଇଁ ବାନ୍ଧବୀ ଜଣକ ବ୍ଲାକମେଲ କରୁଥିବା ସନ୍ଦେହ କରାଯାଉଛି। ମୋବାଇଲରୁ ମିଳିଥିବା ମେସେଜରୁ ଏଭଳି ପ୍ରମାଣ ପାଇଛି ପୁଲିସ।

Leave A Reply

Your email address will not be published.