Odisha Link
Bridging the Missing Links in Odisha

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ପଛର ଷଡ଼ଯନ୍ତ୍ରକାରୀ କିଏ କୁହାଯାଉନି: ନରସିଂହ ମିଶ୍ର

ଜଙ୍ଗଲୀ ଶାସନର ପ୍ରମାଣ ହେଉଛି ନବ ଦାସଙ୍କ ହତ୍ୟା।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ବିଧାନସଭା ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ଦଳ ମୁହାଁମୁହିଁ ହେଉଥିବା ସୂଚନା ମିଳୁଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ବିରୋଧୀ ଦଳ ଶାସକ ଦଳକୁ ଘେରିଥିବା ଜଣା ପଡିଛି। ନବ ଦାସଙ୍କ ହତ୍ୟାକାଣ୍ଡକୁ ଏଥିମଧ୍ୟରେ ୫୦ଦିନ ପୁରିସାରିଛି। ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଜେଲରେ ସମୟ କଟୁଥିବାବେଳେ ତଦନ୍ତ ଜାରି କରିଛି କ୍ରାଇମବ୍ରାଞ୍ଚ। ତେବେ ଏହି ତଦନ୍ତ ପ୍ରସଙ୍ଗକୁ ନେଇ ନରସିଂହ ମିଶ୍ର କହିଛନ୍ତି, ରାଜ୍ୟରେ ଜଙ୍ଗଲୀ ଶାସନ ଚାଲିଛି। ଜଙ୍ଗଲୀ ଶାସନର ପ୍ରମାଣ ହେଉଛି ନବ ଦାସଙ୍କ ହତ୍ୟା। ବର୍ତମାନ ସୁଦ୍ଧା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିନି।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୫୦ ଦିନ ପରେ ବି କାରଣ ସ୍ପଷ୍ଟ ହୋଇପାରିନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ପଛର ଷଡ଼ଯନ୍ତ୍ରକାରୀ କିଏ କୁହାଯାଉନି ବୋଲି କହିଥିଲେ ନରସିଂହ ମିଶ୍ର। ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୁ ନେଇ ନରସିଂହ ମିଶ୍ର କହିଛନ୍ତି, ଅଭିଯୁକ୍ତକୁ ପାଗଳ ସାବ୍ୟସ୍ତ କରିବାକୁ ସରକାର ପାଗଳ ହୋଇଯାଇଛି। ତଦନ୍ତକୁ ନେଇ କ୍ରାଇମବ୍ରାଞ୍ଚ ବ୍ୟଗ୍ର ନୁହେଁ। ଏଠି ପୋଲିସ ରାଜ୍‌ ଚାଲିଛି, ଶ୍ୱେତପତ୍ରରେ ବହୁତ କିଛି ଲୁଚାଯାଇଛି। ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କୁ ସମାଲୋଚନା କରି ନରସିଂହ ମିଶ୍ର ଏଭଳି କହିଥିବା ଜଣା ପଡିଛି।

Leave A Reply

Your email address will not be published.