Odisha Link
Bridging the Missing Links in Odisha

ରାଜ୍ୟରେ ଲକ୍ଷାଧିକ ସରକାରୀ ପଦବୀ ଖାଲି ରହିଛି: ଅର୍ଥମନ୍ତ୍ରୀ

ବିଧାୟିକା କୁସୁମ ଟେଟେ ରାଜ୍ୟରେ କେତେ ସଂଖ୍ୟକ ସରକାରୀ କର୍ମଚାରୀ କାମ କରୁଛନ୍ତି ଏନେଇ ପ୍ରଶ୍ନ ରଖିଥିଲେ।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ବିଧାନସଭା ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ଦଳ ମୁହାଁମୁହିଁ ହେଉଥିବା ସୂଚନା ମିଳୁଛି। ତେବେ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ବିଧାୟିକା କୁସୁମ ଟେଟେ ରାଜ୍ୟରେ କେତେ ସଂଖ୍ୟକ ସରକାରୀ କର୍ମଚାରୀ କାମ କରୁଛନ୍ତି ଏନେଇ ପ୍ରଶ୍ନ ରଖିଥିଲେ। ରାଜ୍ୟରେ କେତେ ସଂଖ୍ୟକ ସରକାରୀ କର୍ମଚାରୀ କାମ କରୁଛନ୍ତି, କାର୍ଯ୍ୟ କରୁଥିବା ଠିକା କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ଓ ଖାଲି ପଡିଥିବା ପଦବୀ ସଂଖ୍ୟା କେତେ ବିଧାୟିକା କୁସୁମ ଟେଟେ ଏନେଇ ପ୍ରଶ୍ନ କରିଥିବାବେଳେ ଏହାର ଉତ୍ତର ରଖିଥିଲେ ଅର୍ଥମନ୍ତ୍ରୀ।

ବିଧାନସଭାରେ ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ରାଜ୍ୟରେ କାର୍ଯ୍ୟ କରୁଛନ୍ତି ମୋଟ ୩ ଲକ୍ଷ ୯୮ ହଜାର ୫୭୭ ଜଣ ସରକାରୀ କର୍ମଚାରୀ। ଏହାବ୍ୟତୀତ ମଧ୍ୟ ଲକ୍ଷାଧିକ ସରକାରୀ ପଦବୀ ଖାଲି ରହିଛି। କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା, ଖାଲି ପଡିଥିବା ପଦବୀ ଓ ମଞ୍ଜୁରୀପ୍ରାପ୍ତ ପଦବୀର ତଥ୍ୟ ଏଇଆରଆର ଜରିଆରେ ଏଚଆରଏମଏସ ଦ୍ୱାରା ଅର୍ଥ ବିଭାଗ ସଂଗ୍ରହ କରିଥାଏ।

ମିଳିଥିବା ତଥ୍ୟ ଅନୁଯାୟୀ ଡିସେମ୍ବର ୨୦୨୧ ସୁଦ୍ଧା, ରାଜ୍ୟରେ ସର୍ବମୋଟ ୩ ଲକ୍ଷ ୯୮ ହଜାର ୫୭୭ ଜଣ କର୍ମଚାରୀ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି। ଏହାବ୍ୟତୀତ ମଧ୍ୟ ୨ ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲି ପଡିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ତେବେ ଠିକା ଭିତ୍ତିକ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ଏଇଆରଆରରେ ସ୍ଥାନ ପାଏ ନାହିଁ। ଏବେ ଅର୍ଥ ବିଭାଗରେ ୭୨ ଜଣ ଠିକା ଭିତ୍ତିକ କର୍ମଚାରୀ ଓ ୮୫ ଜଣ ଅବସରପ୍ରାପ୍ତ କର୍ମଚାରୀ କାର୍ଯ୍ୟ କରୁଥିବା ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତି ଅର୍ଥମନ୍ତ୍ରୀ।

Leave A Reply

Your email address will not be published.