Odisha Link
Bridging the Missing Links in Odisha

ହାତୀ ଉପଦ୍ରବରୁ ୬୬୯ ମଣିଷ ପ୍ରାଣ ହରାଇଛନ୍ତି: ପ୍ରଦୀପ ଅମାତ

ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ୨୭୭୬ଟି ବନ୍ୟଜନ୍ତୁଙ୍କର ମୃତ୍ୟୁ ହୋଇଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ବିଧାନସଭା ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ଦଳ ମୁହାଁମୁହିଁ ହେଉଥିବା ସୂଚନା ମିଳୁଛି। ବନ୍ୟଜନ୍ତୁଙ୍କର ସୁରକ୍ଷା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ଓ ଗତ ୫ ବର୍ଷରେ କେତୋଟି ବନ୍ୟଜନ୍ତୁଙ୍କର ମୃତ୍ୟୁ ହୋଇଛି ଏନେଇ ପ୍ରଶ୍ନ କରିଥିଲେ ବିଧାୟକ ଚକ୍ରମଣି। ଗୃହରେ ଏହାର ଉତ୍ତର ରଖି ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ୨୭୭୬ଟି ବନ୍ୟଜନ୍ତୁଙ୍କର ମୃତ୍ୟୁ ହୋଇଛି। ଯେଉଁମାନେ ବନ୍ୟଜନ୍ତୁଙ୍କୁ ମାରି ଧରାପଡିଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିଭଳି ଏହି ସମୟରେ ୪୧୬ଟି ହାତୀ ମରିଥିବା ବେଳେ ହାତୀ ଉପଦ୍ରବରୁ ୬୬୯ ମଣିଷ ପ୍ରାଣ ହରାଇଛନ୍ତି।

ହାତୀଙ୍କ ଉପଦ୍ରବରୁ ୯୧୫୯ଟି ଘର ଭାଙ୍ଗିଛି। ସେହିଭଳି ଏହି ସମୟ ସୀମା ମଧ୍ୟରେ ବନ୍ୟପ୍ରାଣୀ ଜନିତ କ୍ଷୟକ୍ଷତି ବାବଦକୁ ୧୦୦ କୋଟି ୯୩ ଲକ୍ଷ ୧୧ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଏସବୁ ବ୍ୟତୀତ ଏବେ ରାଜ୍ୟରେ ୧୯ଟି ଅଭୟାରଣ୍ୟ ଓ ଗୋଟିଏ ଜାତୀୟ ଉଦ୍ୟାନ ରହିଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। କେତୋଟି ହାତୀ ମରିଛନ୍ତି ଓ ହାତୀ ଉପଦ୍ରବରୁ କେତେ ମଣିଷ ମରିଛନ୍ତି ଓ କେତେ ଘର ଭାଙ୍ଗିଛି ସେ ବାବଦରେ ପ୍ରଶ୍ନ ପଚାରିଥିଲେ ବିଧାୟକ ଚକ୍ରମଣି କହଁର। ସେହିଭଳି ରାଜ୍ୟରେ କେତୋଟି ଜାତୀୟ ଓ ଅନ୍ତର୍ଜାତୀୟ ଅଭୟାରଣ୍ୟ ରହିଛି ବିଧାୟକ ଚକ୍ରମଣି ଏନେଇ ପ୍ରଶ୍ନ କରିଥିଥିବାବେଳେ ଏନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।

Leave A Reply

Your email address will not be published.