Odisha Link
Bridging the Missing Links in Odisha

ମଦୁଆ ଗାଡ଼ି ଚାଳକଙ୍କୁ ସାବାଡ଼ ଅଭିଯାନ; ପ୍ରଥମ ଦିନରେ ୨୬୮ ଜଣ ଗିରଫ

ଗିରଫ ୨୬୮ ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯାଇଛି

ଓଏଲ୍‌ ବ୍ୟୁରୋ: ମଦ ପିଇ ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମଦୁଆ ଡ୍ରାଇଭରଙ୍କୁ ସାବାଡ଼ କରିବା ପାଇଁ ଗତ କାଲିଠୁ ବଡ଼ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ମାଧ୍ୟମରେ ମଦୁଆ ଡ୍ରାଇଭରଙ୍କୁ ସାବାଡ଼ କରାଯାଇଛି। ପ୍ରଥମ ଦିନରେ ୨୬୮ ଜଣ ମଦ ପିଇ ଗାଡ଼ି ଚଳାଉଥିବା ବ୍ୟକ୍ତି ଗିରଫ ହୋଇଛନ୍ତି। ଗିରଫ ୨୬୮ ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏନେଇ ସୂଚନା ଦେଇଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର।

ସୂଚନା ଅନୁସାରେ, ସାରା ରାଜ୍ୟରେ ଗତ କାଲିଠୁ ଆରମ୍ଭ ହୋଇଛି ମଦ ପିଇ ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଚିହ୍ନଟ। ଏନେଇ ସୂଚନା ଦେଇଥିଲେ ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପରିବହନ ବିଭାଗ ଦ୍ୱାରା ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏପ୍ରିଲ ପ୍ରଥମ ସପ୍ତାହକୁ ‘ଜିରୋ କାଜୁଆଲିଟି’ ସପ୍ତାହ ପାଳନ ହେବା ପାଇ ନିଷ୍ପତ୍ତି ନିଆଯାଇଛି। ଯାହାକୁ ନଜରରେ ରଖି ପରିବହନ ବିଭାଗ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚେକିଂ କଡ଼ାକଡ଼ି କରାଯିବ ବୋଲି ସୂଚନା ଦେଇଥିଲେ ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର। ମଦ ପିଇ ଗାଡ଼ି ଚଳାଉଥିବା ସମୟରେ ଯଦି ଗାଡ଼ି ଚାଳକ ଧରାପଡନ୍ତି ତେବେ କେବଳ ଜୋରିମାନା ନୁହେଁ ବରଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲ୍‌ ପଠାଯିବ। ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଥିବା ସୂଚନା ମିଳିଥିଲା। ତେବେ ଚେକିଂର ପ୍ରଥମ ଦିନରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ସହ ଆଉ ୨ ଦିନ ମଧ୍ୟ ଅନୁରୂପ ଭାବେ ଚେକିଂ କଡ଼ାକଡ଼ି ହେବ ବୋଲି ଜଣା ପଡିଛି।

Leave A Reply

Your email address will not be published.