ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
୧୩୪ ଦିନ ଭିତରେ ଏହା ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଓଏଲ୍ ବ୍ୟୁରୋ: ସାରା ଦେଶରେ କିଛି ଦିନ ହେବ ବଢୁଥିବା କରୋନା ଆକ୍ରାନ୍ତଙ୍କୁ ନେଇ ଚିନ୍ତା ପ୍ରକାଶ କରୁଛନ୍ତି ଦେଶବାସୀ। କରୋନା ମହାମାରୀକୁ ନେଇ ଓଡ଼ିଶାର ସ୍ତିତି ବିଷୟରେ ଅବଗତ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୧୩୪ ଦିନ ଭିତରେ ଏହା ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ୭୩ ଆକ୍ରାନ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।
ସୂଚନା ମୁତାବିକ, ଗତ ୨୪ ଘଣ୍ଟାରେ କରୋନା ମହାମାରୀଙ୍କୁ ନେଇ ୫୬୪୭ ସାମ୍ପଲ୍ ଟେଷ୍ଟ ହୋଇଛି। ଟେଷ୍ଟିଂ ବଢ଼ିଥିବାରୁ ଅଧିକ ଚିହ୍ନଟ ହେଉଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ତେବେ ସେ ଭୟଭୀତ ହୁଅନ୍ତୁ ନାହିଁ ବୋଲି ଜନସାଧାରଣଙ୍କୁ ଅବଗତ କରଛନ୍ତି।