ବଢ଼ିବ ରାଜନୈତିକ ଉଷ୍ମତା
ଓଏଲ୍ ବ୍ୟୁରୋ: ଏକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାଂସଦ ପଦ ହରାଇଥିବା ରାହୁଲ ଗାନ୍ଧୀଙ୍କୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା। ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାରୁ ଏବେ ବିରୋଧୀ ଏକ ହୋଇଯାଇଛନ୍ତି। ସେମାନେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି। ସବୁଠୁ ବଡ଼କଥା ହେଲା ଜାତୀୟ ଗଣମାଧ୍ୟମରୁ ଆରମ୍ଭ କରି ଆଞ୍ଚଳିକ ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ରାହୁଲ ଗାନ୍ଧୀଙ୍କୁ ନେଇ ଚର୍ଚ୍ଚା। ଭାରତ ଯୋଡୋ ଯାତ୍ରା ହେଉ ବା ଅନ୍ୟ କିଛି ପ୍ରସଙ୍ଗ ହେଉ। ଏହାପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ମିଡିଆ ସ୍ପେସ୍ ମିଳିନଥାନ୍ତା ବୋଲି ରାଜନୈତକ ବିଶାରଦ ମାନେ ମତ ରଖିଛନ୍ତି। ୨୦୨୪ ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସ ଏହି ମାମଲାରୁ ଫାଇଦା ଉଠେଇବାକୁ ନିଶ୍ଚୟ ରଣନୀତି ଆପଣାଇ ପାରନ୍ତି ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ଯେେଉଁଭଳି ଭାବେ ଲୋକସଭା ସଚିବାଳୟ ତତ୍ପରତାର ସହିତ ରାହୁଲଙ୍କ ସଦ୍ୟସତା ରଦ୍ଦ କରିବା ନେଇ ନୋଟିସ୍ ପଠାଇଥିଲେ, ତାହା ଭାରତୀୟ ରାଜନୀତି ପାଇଁ ନୂଆ ଥିଲା। କିନ୍ତୁ ଯାହା ବି ହୋଇଥିଲା ନିୟମ କାନୁନ ସହିତ ହୋଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହାକି ଯେ ଯେଉଁ ଆଇନ୍ ବଳରେ ରାହୁଲ ଗାନ୍ଧୀ ସଦସ୍ୟତା ପଦ ହରାଇଲେ, ତାହ ୨୦୧୩ ମସିହାରେ ରାହୁଲଙ୍କ ହସ୍ତକ୍ଷେପ ପରେ ଆଇନ୍ରେ ପରିଣତ ହୋଇଥିଲା। ସେତେବେଳେ ରାହୁଲ ଗାନ୍ଧୀ ତତକାଳୀନ କଂଗ୍ରେସ ସରକାର ଦ୍ବାରା ପାରିତ ହୋଇଥିବା ଏହି ଆଇନ୍ ସମ୍ବନ୍ଧୀୟ ଦସ୍ତାବିଜର କପି ସାର୍ବଜନିକ ଭାବେ ଚିରି ଦେଇଥିଲେ।
ଯେଉଁ ଆଇନ୍ ନିଜେ ରାହୁଲ ଆଣିବା ପାଇଁ ବ୍ୟଗ୍ର ହୋଇଥିଲେ ଏବେ ସେହି ଆଇନ୍ ଦ୍ବାରା ରାହୁଲ ଗାନ୍ଧୀଙ୍କ ପଦ ଯିବା ପରେ କଂଗ୍ରେସ କାହିଁକି ବାଉଳି ଚାଉଳି କାହିଁକି ହେଉଛି ବୋଲି ବିଜେପି ନେତା ମଧ୍ୟ କହିଛନ୍ତି। ବର୍ତ୍ତମା ଏବେ ଯାହା ବି ଘଟୁଛି ତାହା ଏକ କଏନ୍ର ଗୋଟିଏ ପାର୍ଶ୍ବ। ଆଉ ଗୋଟିଏ ପାର୍ଶ୍ବ ଏହାକି ଯେ, ରାହୁଲ ଗାନ୍ଧୀଙ୍କୁ ମିଡିଆ ସ୍ପେସ୍ ମିଳୁନଥିଲା। ଭାରତ ଯୋଡୋ ଯାତ୍ରା କରିଥିଲେ, ସେହି ସମୟରେ ଯେତିକି ଚର୍ଚ୍ଚା ଗଣମାଧ୍ୟମରେ ହୋଇନଥିଲା ତାଠୁ ଅଧିକ ଚର୍ଚ୍ଚା ଏବେ ହେଉଛି। ଯାହା କଂଗ୍ରେସ ପାଇଁ ଫାଇଦା ସାବ୍ୟସ୍ତ ହୋଇପାରେ ।
ବର୍ତ୍ତମାନ ସମୟରେ ଜାତୀୟ ରାଜନୀତିରେ ଯାହା ବି ଘଟୁଛି ତାହା ଜନତାଙ୍କ ଉପରେ ପ୍ରଭାବ ପରିଲିକ୍ଷିତ ହେବ ନିଶ୍ଚୟ। ଉଭୟ ବିଜେପି ଓ କଂଗ୍ରେସ ନେତା ଯେଉଁ ବୟାନ ରଖୁଛନ୍ତି ତାହା କେଉଁଦଳକୁ ସୁହାଇବ ତାହା ସ୍ପଷ୍ଟ ହେବା ପାଇଁ ଆଉ କିଛି ସମୟ ଲାଗିବ। କିନ୍ତୁ ଏବେ ଯେଉଁଭଳି ଭାବେ ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ବିରୋଧୀ ଏକାଠି ହୋଇ କଂଗ୍ରେସକୁ ସମର୍ଥନ ଦେଉଛନ୍ତି। ତାହା ଆଉ ବିଜେପି ପାଇଁ ବୁମେରାଙ୍ଗ ହେବ ନାହିଁ କି ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି।
ଜଣେ ରାଜନୈତିକ ବିଶାରଦ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଯାହା କରିଥିଲେ ବି ରାହୁଲ ଗାନ୍ଧୀଙ୍କୁ ଏଭଳି ମିଡିଆ ସ୍ପେସ୍ ମିଳିନଥାନ୍ତା। ଦେଶର ଗଣମାଧ୍ୟମ ଏବେ ଯେଉଁ ଢ଼ଙ୍ଗରେ ରାହୁଲଙ୍କ ଖବର ପ୍ରସାରଣ କରୁଛି ତାହା ଭାରତ ଯୋଡୋ ଯାତ୍ରା ବି ମିଳିନଥିଲା। ତେବେ ତାଙ୍କ ସଦସ୍ୟତା ରଦ୍ଦ ହେବା ପ୍ରସଙ୍ଗରେ ଏମିତି ଆଶା କରାଯାଇପାରେ ଯେ, ରାହୁଲ ଗାନ୍ଧୀକୁ ହାଇକୋର୍ଟରୁ ସୁରକ୍ଷା ମିଳିବା ୧୦୦ ପ୍ରତିଶତ ନିଶ୍ଚିତ । ଏଥିରେ ବଦନାମ ହେବ କିଏ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।