ବାଘ ଆକ୍ରମଣକୁ ନେଇ ଲୋକଙ୍କ ମନରେ ଆତଙ୍କ
ଜଙ୍ଗଲକୁ ଗାଈ ଚରି ଯାଇଥିବା ବେଳେ ବାଘ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ଓଏଲ୍ ବ୍ୟୁରୋ : ବାଘ ସୃଷ୍ଟି କରିଛି ଆତଙ୍କ। ନୂଆପଡ଼ା ଦରିଆ ମହୁଆଭଟା ଗାଁରେ ବାଘକୁ ନେଇ ଆତଙ୍କିତ ଗ୍ରାମବାସୀ। ବାଘକୁ ନେଇ ଲୋକଙ୍କ ମନରେ ଛନକା। ପୂର୍ବରୁ ଏହି ଗ୍ରାମରେ ବାଘକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ପୁଣିଥରେ ବାଘ ଆକ୍ରମଣ କରିଥିବା ଲୋକେ ସନ୍ଦେହ କରି ଭୟବିତ୍ତ ଥିବା ଜଣା ପଡିଛି। ଦରିଆ ମହୁଆଭଟା ଗାଁରେ ଗାଈକୁ ବାଘ ମାରିଥିବା ଅଭିଯୋଗ ଲୋକେ ଆଣିଛନ୍ତି। ଜଙ୍ଗଲକୁ ଗାଈ ଚରି ଯାଇଥିବା ବେଳେ ବାଘ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ଖବର ଅନୁସାରେ, ଗତ ମାର୍ଚ୍ଚ ୧୪ରେ ତରିଆ ମହୁଆଭଟା ଗ୍ରାମର ଭାଗରଥି ଭୋଇ ଗୁହାଳକୁ କଲରାପତରିଆ ବାଘ ପଶି ବାଛୁରୀକୁ ଆକ୍ରମଣ କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। କିନ୍ତୁ ଏହି ସମୟରେ ଗାଈମାନଙ୍କର ଶବ୍ଦ ଶୁଣି ମାଲିକ ଉଠି ଗୁହାଳକୁ ଯାଇଥିଲେ। ହେଲେ ତାପୂର୍ବରୁ ବାଘ ପଲାଇ ଯାଇଥିବା ଶ୍ରୀ ଭୋଇ କହିଥିଲେ। ବାଘ ଭୟରେ ଲୋକେ ଘରୁ ବିଶେଷ ବାହାରୁନଥିବା ଜଣା ପଡିଛି।