ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା: ନବୀନ ପଟ୍ଟନାୟକ
ଓଏଲ୍ ବ୍ୟୁରୋ: ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କବିସୂର୍ଯ୍ୟନଗର ସମାବେଶରେ ଯୋଗ ଦେଇ ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ଉଦ୍ୟମ କରାଯିବ ବୋଲି ଆହ୍ବାନ ଦେଇଛନ୍ତି ନବୀନ ପଟ୍ଟନାୟକ।
ଜୟ ମା’ ତାରାତାରିଣୀ କହି ଉଦବୋଧନ ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ। ସେ କହିଥିଲେ ଯେ, ଗଞ୍ଜାମ କଳା ଓ ସଂସ୍କୃତି ଭୂମି। ଏହା ହେଉଛି ସ୍ୱାଧିନତା ସଂଗ୍ରାମର ଭୂମି। ଏହି ମାଟିକୁ ମୋର ପ୍ରଣାମ। କବି ସମ୍ରାଟ ଉପନ୍ଦ୍ରେ ଭଞ୍ଜ। କବିସୂର୍ଯ୍ୟ ବଳଦେବ ରଥଙ୍କୁ ମୋର ପ୍ରଣାମ। ଆଜି ଏହି ମାଟିକୁ ଆସି ମୁଁ ବୁହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏଥିସହିତ ଗଞ୍ଜାମ ଜିଲ୍ଲ ପାଇଁ ୧ ହଜାର ୯୫୨ କୋଟି ୮୯ ଲକ୍ଷ ଟଙ୍କାର ୮୨୫ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ୨୨ ହଜାର ୨ ଶହ ସ୍ୱୟଂ ସହାୟକ ଗୋଷ୍ଠୀର ୨ କୋଟି ୨୪ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ୬୧୯ କୋଟି ଟଙ୍କାର ବିନା ସୁଧରେ ଋଣ ଓ ସହାୟତା ପ୍ରଦାନ କରିଛନ୍ତି ନବୀନ। ଏହା ସହ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରଡିହ ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ଗଞ୍ଜାମ ଜିଲ୍ଲାର ୪୭୧ ହାଇସ୍କୁଲ ୫-ଟିରେ ରୂପାନ୍ତରଣ ହୋଇଛି। ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲ 5Tରେ ରୂପାନ୍ତରଣ ହେବ। ମୁଁ ସବୁବେଳେ ଆପଣଙ୍କ ପାଇଁ କାମ କରିଛି ଓ କରି ଚାଲିବି ବୋଲି ନବୀନ ପଟ୍ଟନାୟକ କହିଥିଲେ।