ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା, ନିଜ ବନ୍ଧୁକରେ ନେଲେ ନିଜ ଜୀବନ
ସିଆରପିଏଫ ଯବାନଙ୍କ ଡ୍ୟୁଟି ରାତି ୧୦ ଟା ରୁ ୧୨ ଟା ପର୍ଯ୍ୟନ୍ତ ସୁରକ୍ଷା ଟାୱାର ଉପରେ ରହିଥିଲା।

ଓଏଲ୍ ବ୍ୟୁରୋ : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ସିଆରପିଏଫ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ସିଆରପିଏଫ ଯବାନ ହେଉଛନ୍ତି ପ୍ରସନ୍ନଜିତ ପାଳ। ସେ ପଶ୍ଚିମବଙ୍ଗର ବାସିନ୍ଦା। ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ ଡ୍ୟୁଟିରେ ଥିବା ସମୟରେ ସେ ନିଜ ବନ୍ଧୁକରେ ନିଜେ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ସିଆରପିଏଫ ଯବାନ ଆତ୍ମହତ୍ୟା କରିବା ପରେ ସେଠାରେ ଥିବା ତାଙ୍କ ସହଯୋଗୀ ତାଙ୍କୁ ମେଡିକାଲ ଆଣିଥିଲେ। ସିଆରପିଏଫ ଯବାନଙ୍କ ଡ୍ୟୁଟି ରାତି ୧୦ ଟା ରୁ ୧୨ ଟା ପର୍ଯ୍ୟନ୍ତ ସୁରକ୍ଷା ଟାୱାର ଉପରେ ରହିଥିଲା। ତେବେ ପ୍ରସନ୍ନଜିତ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ। ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା ନେଇ ସୂଚନା ଦେଇଥିବା ତାଙ୍କୁ ମେଡିକାଲ ଆଣିଥିବା ସହଯୋଗୀ।