ମହାନଦୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ପ୍ରଶ୍ନ
ଟ୍ରିବ୍ୟୁନାଲ ତାରିଖ କାହିଁକି ବାରମ୍ବାର ଘୁଞ୍ଚିଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ ମିଶ୍ର।
ଓଏଲ୍ ବ୍ୟୁରୋ : ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଜାରି ରହିଛି ଅଧିଵେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ-ଶାସକଦଳ ମୁହାଁମୁହିଁ ହେଉଥିବା ଜଣା ପଡିଛି। ତେବେ ଆଜି ବିଧାନସଭାରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ହୋଇଥିଲା। ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇଥିଲେ। ମହାନଦୀ ପ୍ରସଙ୍ଗ ଉପରେ ମୋସନ ଆକାରରେ ଆଲୋଚନା ହେଉ ଓ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ସେ ଦାବି କରିଛନ୍ତି।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆହୁରି କହିଛନ୍ତି, ଗତ ୨୦୧୭ରେ ତତ୍କାଳୀନ ବାଚସ୍ପତି, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ହୋଇଥିଲା। ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ମହାନଦୀ ପ୍ରସଙ୍ଗରେ ଏକ ସର୍ବଦଳୀୟ କମିଟି ଗଠନ ହୋଇଥିଲା। କଣ ସବୁ ନିଷ୍ପତ୍ତି ହୋଇଥିଲା, କେବେ ଏହି କମିଟିର ବୈଠକ ବସିଥିଲା ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ।। କମିଟି କଣ ପ୍ରସ୍ତାବ ଦେଇଛି। ଏଥିପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନ କରିଥିଲେ ଜୟନାରାୟଣ ମିଶ୍ର। ଟ୍ରିବ୍ୟୁନାଲ ତାରିଖ କାହିଁକି ବାରମ୍ବାର ଘୁଞ୍ଚିଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ ମିଶ୍ର।
ଅନ୍ୟପଟେ, ଶୂନ୍ୟକାଳରେ ବିରୋଧୀ ଦଳ ନେତା ମହାନଦୀ ପ୍ରସଙ୍ଗ ଉଠାଇବା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି, କମିଟିଗୁଡ଼ିକର ବୈଠକ କେବେ ବି ହୋଇନାହିଁ। ମୋସନ ଆଲୋଚନା ହେବ ବୋଲି ଆଶା କରୁଛି। ମନ୍ତ୍ରୀ ବିବୃତି ଦେଇନାହାନ୍ତି। ବିବୃତି ଦେଲେ କିଛି ଅନୁଚିତ ହେବ ନାହିଁ। କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଓଡ଼ି଼ଶାର, କିନ୍ତୁ କିଛି ହସ୍ତକ୍ଷେପ କରୁନାହାନ୍ତି, ସେ ବି ଏହାକୁ ଗୁରୁତ୍ବର ସହିତ ନିଅନ୍ତୁ। ୩ରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର। ମୁଖ୍ୟମନ୍ତ୍ରୀ ୬ ତାରିଖ ପରେ ଗଲେ ଭଲ ହେବ କହିଲେ ନରସିଂହ ମିଶ୍ର। ମହାନଦୀ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଲେ ଭଲ ହେବ କହିଛନ୍ତି ନରସିଂହ ମିଶ୍ର।