ଏନଏସ୍ଏରେ ବୁକ୍ ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କଲେ କଂଗ୍ରେସ ବିଧାୟକ
ବିଜେଡି ଆଇଟି ସେଲ୍ର ସଦସ୍ୟ ଗିରଫ ହୋଇଛନ୍ତି
ଓଏଲ୍ ବ୍ୟୁରୋ: ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଜାରି ରହିଛି ଅଧିଵେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ-ଶାସକଦଳ ମୁହାଁମୁହିଁ ହେଉଥିବା ଜଣା ପଡିଛି। ତେବେ ଆଜି ବିଧାନସଭା ଶୂନ୍ୟକାଳରେ ଜାଲ୍ ସାର୍ଟିଫିକେଟ୍ ପ୍ରସଙ୍ଗ ହୋଇଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏନେଇ ନିଜର ମନ୍ତବ୍ୟ ରଖିଥିଲେ। ସେ କହିଛନ୍ତି, ବଲାଙ୍ଗିରରେ ନକଲି ସାର୍ଟିଫିକେଟ୍ ରାକେଟ୍ ଚାଲିଛି। ଜାଲ୍ ସାର୍ଟିଫିକେଟ୍ ଘଟଣାରେ ମନୋଜ ମିଶ୍ର, ଅଶୋକ ଉଦ୍ଗାତା ସମେତ ୧୯ ଗିରଫ ହୋଇଛନ୍ତି।
ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନକଲି ସାର୍ଟିଫିକେଟ୍ ଦେଇଛନ୍ତି। ସେହି ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗରେ ଚାକିରି କରୁଛନ୍ତି। ବିଭିନ୍ନ ଜିଲ୍ଲାରେ ରାକେଟ୍ ଚାଲିଛି, ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି ବୋଲି କହିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ବିଜେଡି ଆଇଟି ସେଲ୍ର ସଦସ୍ୟ ଗିରଫ ହୋଇଛନ୍ତି। ଏନଏସ୍ଏରେ ବୁକ୍ ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା।