Odisha Link
Bridging the Missing Links in Odisha

କୁନୋ ନ୍ୟାସନାଲ ପାର୍କରେ ୪ଟି ଚିତା ଶାବକ ଜନ୍ମ, ଟ୍ୱିଟ୍‌ କରି ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ

ଏବେ ସିୟାୟା ୪ଛୁଆଙ୍କୁ ଜନ୍ମ ଦେବାରୁ ଦେଶରେ ଖୁସିର ଲହରୀ ଖେଳିଯାଇଛି।

ଓଏଲ୍‌ ବ୍ୟୁରୋ : ନାମିବିଆରୁ ଆସିଥିବା ଚିତାବାଘ ଶାଶାର ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ବର୍ତମାନ ଜାତୀୟ ଉଦ୍ୟାନରେ ୪ଟି ଚିତା ଶାବକ ଜନ୍ମ ନେଇଥିବା ଜଣା ପଡିଛି। ଶାଶାର ମୃତ୍ୟୁ ପରେ ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କରେ ଚିତା ସଂଖ୍ୟା କମିଥିବା କୁହାଯାଉଥିବାବେଳେ ୪ଟି ଚିତା ଶାବକ ଜନ୍ମ ହୋଇଛନ୍ତି। ନାମିବିଆରୁ ଆସିଥିବା ଚିତାବାଘ ସିୟାୟା ୪ଟି ଶାବକ ଜନ୍ମ ଦେଇଛି। ତେବେ ଏନେଇ ପରିବେଶ ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ନିଜ ଟ୍ୱିଟରେ ଏକ ଫଟୋ ମଧ୍ୟ ସେୟାର କରିଥିବା ଦେଖାଯାଇଛି, ଯେଉଁଥିରେ ବାଘ ଛୁଆ ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି।

ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଟ୍ୱିଟ୍ କରିଛନ୍ତି ଯେ, ଅମୃତ କାଳ ସମୟରେ ଆମର ବନ୍ୟଜନ୍ତୁ ସଂରକ୍ଷଣ ଇତିହାସରେ ଏକ ସ୍ମରଣୀୟ ଘଟଣା। ମୁଁ ସୂଚନା ଦେଇ ଖୁସି ଯେ ସେପ୍ଟେମ୍ବର ୧୭, ୨୦୨୨ରେ ଭାରତକୁ ଆସିଥିବା ୮ଟି ଚିତା ମଧ୍ୟରୁ ଗୋଟିଏ ଚିତା ୪ଛୁଆକୁ ଜନ୍ମ ଦେଇଛି। ତେ‌ବେ ମାର୍ଚ୍ଚ ୨୭ରେ ଶାଶା ନାମକ ଚିତା କିଡନୀ ସଂକ୍ରମଣ ପାଇଁ ମୃତ୍ୟୁବରଣ କରିବା ପରେ ଏହା ସରକାରଙ୍କ ଚିନ୍ତା ବଢ଼ାଇଥିଲା। ହେଲେ ଏବେ ସିୟାୟା ୪ଛୁଆଙ୍କୁ ଜନ୍ମ ଦେବାରୁ ଦେଶରେ ଖୁସିର ଲହରୀ ଖେଳିଯାଇଛି। ଗତ ବର୍ଷ ସେପ୍ଟେମ୍ବର ୧୭ ରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଜନ୍ମଦିନରେ ନାମିବିଆରୁ ଭାରତକୁ ଅଣାଯାଇଥିବା ୮ ଟି ଚିତାକୁ କୁନୋ ଜାତୀୟ ଉଦ୍ୟାନର ଛାଡ଼ିଥିଲେ।