Odisha Link
Bridging the Missing Links in Odisha

ଛାତରୁ ପଡ଼ି ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା, ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଲେ ବାପା

ସଂପୂର୍ଣ୍ଣ ନିରାମିଷାଶୀ ହୋଇଥିବାରୁ ପୁଅ ହଇରାଣ ହେଉଥିଲା।

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ଜିଲ୍ଲାରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ଫକୀର ମୋହନ ମେଡିକାଲ କଲେଜର ଜଣେ ୩ୟ ବର୍ଷରେ ପଢ଼ୁଥିବା ଛାତ୍ରଙ୍କ ମୃତ୍ୟୁ ହୋଇଛି। ହଷ୍ଟେଲ ନିକଟ କୋଠାରୁ ପଡ଼ି ମେଡିକାଲ ଛାତ୍ରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଛାତ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ହିତାଂଶୁଙ୍କ ମୃତ୍ୟୁ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ତାଙ୍କ ବାପା। ସେ କହିଛନ୍ତି, ହଷ୍ଟେଲରେ ଖାଇବାକୁ ନେଇ ମଧ୍ୟ ପୁଅ ଅସୁବିଧାରେ ପଡୁଥିଲା। ସଂପୂର୍ଣ୍ଣ ନିରାମିଷାଶୀ ହୋଇଥିବାରୁ ପୁଅ ହଇରାଣ ହେଉଥିଲା। କାଲିର ହାବଭାବ ନେଇ ସନ୍ଦେହ ପ୍ରକାଶ କଲେ ହିତାଂଶୁଙ୍କ ବାପା। କାଲି ହିତାଂଶୁ ତାଙ୍କୁ କୁଣ୍ଢାଇ ଧରି ‘ଆଇ ଲଭ୍ ୟୁ’ କହିଥିବା କହିଲେ ମୃତ ଛାତ୍ର ହିତାଂଶୁଙ୍କ ବାପା।

ଖବର ଅନୁସାରେ, ଗତ ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜର ଜଣେ ଛାତ୍ର ହିତେଷ୍ଣୁ ଦାସଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଭୀମପୁର ଗାଁରେ ବୋଲି ଜଣାପଡ଼ିଛି। ସେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। କୌଣସି କାରଣରୁ ପ୍ରାୟ ୧ଟାରୁ ୨ଟା ମଧ୍ୟରେ ହଷ୍ଟେଲ ପାଖରେ ଥିବା ଏକ ତାଲା ବିଲ୍ଡିଂ ଉପରକୁ ଯାଇ ଡେଇଁ ପଡ଼ିଥିବା ଚର୍ଚା ଜୋର ଧରିଛି। ଛାତରୁ ପଡିବା ପରେ ତୁରନ୍ତ ହିତେଷ୍ଣୁଙ୍କୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହିତେଷ୍ଣୁଙ୍କ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇ ପାରି ନ ଥିବା ବେଳେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.