ଏପ୍ରିଲ ୩ରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ ପାଇଁ ପାଠପଢ଼ା
୨୦୨୩-୨୪ର ପାଠପଢ଼ା ପାଇଁ ଏପ୍ରିଲ ୩ରୁ ୮ ପର୍ଯ୍ୟନ୍ତ ସବୁ ସ୍କୁଲର ଆଡମିଶନ୍ ପ୍ରକ୍ରିୟା ଜାରି ରହିବ

ଓଏଲ୍ ବ୍ୟୁରୋ: ନୂତନ ଶିକ୍ଷାବର୍ଷର ପାଠ୍ୟକ୍ରମକୁ ନେଇ ସୂଚନା ପ୍ରକାଶ ପାଇଛି। ନୂତନ ଶିକ୍ଷାବର୍ଷ ୧୦୨୩-୨୪ର ପାଠପଢ଼ା ପାଇଁ ଏପ୍ରିଲ ୩ରୁ ବିଦ୍ୟାଳୟ ଯିବେ ଛାତ୍ରଛାତ୍ରୀ। ତେବେ ଏପ୍ରିଲ ୩ରୁ ନୂଆ ଶିକ୍ଷା ବର୍ଷ ପାଇଁ ପାଠପଢ଼ା ଆରମ୍ଭ ହେବ। ପାଠପଢ଼ା ଆରମ୍ଭ ନେଇ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି।
ନୂତନ ଶିକ୍ଷାବର୍ଷ ୨୦୨୩-୨୪ର ପାଠପଢ଼ା ପାଇଁ ଏପ୍ରିଲ ୩ରୁ ୮ ପର୍ଯ୍ୟନ୍ତ ସବୁ ସ୍କୁଲର ଆଡମିଶନ୍ ପ୍ରକ୍ରିୟା ଜାରି ରହିବ। ଗ୍ରୀଷ୍ମ ପ୍ରବାହର ତାପମାତ୍ରାକୁ ନଜରରେ ରଖି ପିଲାଙ୍କ ବିଦ୍ୟାଳୟ ଯିବା ସମୟ ସ୍ଥିର ହେବ। ତେବେ ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ।