Odisha Link
Bridging the Missing Links in Odisha

କୂଅରେ ପଡ଼ି ୨ ଶିଶୁ କନ୍ୟା ମୃତ

ଖବର ପାଇଁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପିଲାଙ୍କୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଓଏଲ୍‌ ବ୍ୟୁରୋ: ଗତକାଲି ସୁବର୍ଣ୍ଣପୁର ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ଖେଳୁ ଖେଳୁ କୂଅରେ ପଡିଯାଇଥିଲେ ୨ ଶିଶୁ କନ୍ୟା। ପରେ ଡାକ୍ତରଖାନାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସଦର ଟାଉନରେ। କୂଅ ପାଖରେ ଖେଳୁଥିବା ଦୁଇ ଶିଶୁ କନ୍ୟା ଖେଳୁ ଖେଳୁ କୂଅରେ ପଡିଯାଇଥିଲେ। ଦୁଇଜଣଙ୍କ ବୟସ ଭିତରୁ ଜଣଙ୍କ ବୟସ ୨ ବର୍ଷ ହୋଇଥିବାବେଳେ ଅନ୍ୟ ଏକ ଶିଶୁ କନ୍ୟାର ବୟସ ବର୍ଷେ ତିନି ମାସ ବୋଲି ଜଣା ପଡିଛି।

ଖବର ଅନୁସାରେ, ଗତକାଲି ସନ୍ଧ୍ୟାରେ ଖେଳୁ ଖେଳୁ ନିଜ ଘର ପଛପଟ କୂଅରେ ପଡି ଯାଇଥିଲେ ୨ଟି ଶିଶୁ। ଖବର ପାଇଁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପିଲାଙ୍କୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପିଲାଙ୍କ ସ୍ଥିତି ଗୁରୁତର ଥିବାରୁ ଜଣେ ଶିଶୁକୁ ସୋନପୁର ସଦର ଡାକ୍ତରଖାନା ଓ ଅନ୍ୟଜଣେ ଶିଶୁକୁ ବରଗଡ ନିଆଯାଇଥିଲା। ସେଠାରେ ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ମୃତ ୨ ଶିଶୁ କନ୍ୟା ହେଲେ ଆଲୋକ ମିଶ୍ରଙ୍କ ୨ ବର୍ଷିଆ ଝିଅ ଦିଶା ମିଶ୍ର ଓ ସଂଗ୍ରାମ ଶତପଥୀଙ୍କ ଝିଅ ସିଦ୍ଧିଶ୍ରୀ ଶତପଥୀ। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କ ମା’ ମେଡିକାଲରେ ଷ୍ଟାଫ ନର୍ସ ଥିଲେ। ମାଆ ଆଖି ଆଗରେ ଚାଲିଗଲା ପିଲାର ଜୀବନ। ତେବେ ଦୁଇ ଶିଶୁଙ୍କୁ ହରାଇ ଦୁଇ ପରିବାର ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି।

Leave A Reply

Your email address will not be published.