Odisha Link
Bridging the Missing Links in Odisha

ଛତିଶଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ, ୨ ମୃତ

ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସରଜୁ ବରକମକୁ ମଧ୍ୟପ୍ରଦେଶରୁ ପୁଲିସ ଗିରଫ କରିଛି।

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ରେ ଘଟିଥିବା ଏକ ଲୋମଟାଙ୍କୁରା ଖବର ସାମ୍ନାକୁ ଆସିଛି। ପାର୍ସଲ ବୋମା ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଛତିଶଗଡ଼ କବିରଧାମ ଜିଲ୍ଲା ରେଙ୍ଗାଖାର ଗାଁରେ ଏହି ଅଘଟଣ ଘଟିଥିବା ଜଣା ପଡିଛି। ଏକତରଫା ପ୍ରେମରୁ ବିସ୍ଫୋରଣ ଘଟାଇଛି ଦୁର୍ବୃତ୍ତ। ବୋମା ବିସ୍ଫୋରଣରେ ବର ଓ ବଡ଼ଭାଇଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସରଜୁ ବରକମକୁ ମଧ୍ୟପ୍ରଦେଶରୁ ପୁଲିସ ଗିରଫ କରିଛି।

ଖବର ଅନୁସାରେ, ଛତିଶଗଡ଼ରେ ପାଟଣାଗଡ଼ ଭଳି ପାର୍ସଲ ବୋମା ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଏକତରଫା ପ୍ରେମରୁ ବିସ୍ଫୋରଣ ଘଟାଇଛି ଦୁର୍ବୃତ୍ତ। ଘଟଣାରେ ସମ୍ପୃକ୍ତ ଦୁର୍ବୁତ୍ତ ସରଜୁକୁ ସଂପୃକ୍ତ ଯୁବତୀ ପ୍ରତ୍ୟାଖ୍ୟାନ କରିବାରୁ ପ୍ରତିଶୋଧରୁ ହତ୍ୟାକାଣ୍ଡ କରିଥିବା ଜଣା ପଡିଛି। କ୍ରସର ୟୁନିଟରେ କାମ କରୁଥିବା ସରଜୁ ବୋମା ବନାଇଥିଲା। ଏକ ହୋମ୍ ଥିଏଟରରେ ବିସ୍ଫୋରକ ଖଞ୍ଜି ପୁଅ ଘରକୁ ପଠାଇଥିଲା ସରଜୁ। ବାହାଘରର ୩ ଦିନ ପରେ ପାର୍ସଲ ଖୋଲିବାରୁ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ କନ୍ୟାଙ୍କ ବର ଓ ବଡ଼ଭାଇଙ୍କ ମୃତ୍ୟୁ ହୋଇଥିଲା। ତେବେ ଏନେଇ ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସରଜୁ ବରକମକୁ ପୁଲିସ ଗିରଫ କରିଥିବା ଜଣା ପଡିଛି।

Leave A Reply

Your email address will not be published.