Odisha Link
Bridging the Missing Links in Odisha

ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ

ମୃତ ବ୍ୟକ୍ତି ସୁମନ ସାହୁ ଜଣେ ପରିବା ଦୋକାନୀ।

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନୟାପଲ୍ଲୀ ଅଂଚଳର ବେହେରା ସାହିରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ ବ୍ୟକ୍ତି ହେଉଛନ୍ତି ୨୮ ବର୍ଷୀୟ ସୁମନ ସାହୁ। ବେହେରା ସାହିରେ ଘଟିଥିବା ଏହି ଅଭାବନୀୟ ଘଟଣାରେ ପୁଲିସ ତଦନ୍ତ ଜାରି କରିଛି। ମୃତ ବ୍ୟକ୍ତି ସୁମନ ସାହୁ ଜଣେ ପରିବା ଦୋକାନୀ। ପରିବା ଦୋକାନରୁ ସେଇ ନିଜର ପେଟ ପୋଷନ୍ତି। ମୃତ୍ୟୁର କାରଣ ସ୍ପଷ୍ଟ ନଥିବାବେଳେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି, ଏନେଇ ତଦନ୍ତ ଜାରି କରିଛି ନୟାପଲ୍ଲୀ ପୁଲିସ।

Leave A Reply

Your email address will not be published.