Odisha Link
Bridging the Missing Links in Odisha

ଝୁଲନ୍ତା ଅବସ୍ଥାରେ ମିଳିଲା କନେଷ୍ଟବଳଙ୍କ ମୃତଦେହ, ପକେଟରୁ ୭ଟି ସୁଇସାଇଡ୍‌ ନୋଟ୍‌ ଜବତ

ସୁଶାନ୍ତଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ନଥିବାବେଳେ ତାଙ୍କ ପକେଟରୁ ସୁଇସାଇଡ୍‌ ନୋଟ୍‌ ଜବତ କରାଯାଇଛି।

ଓଏଲ୍‌ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ଏମଭି ୪୨ ଗ୍ରାମରେ ଥିବା ଏକ ବର ଗଛରୁ ଝୁଲନ୍ତା ଅବସ୍ଥାରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଝୁଲନ୍ତା ମୃତଦେହ ହେଉଛି ଜଣେ ପୁଲିସ କନଷ୍ଟେବଳଙ୍କର। ମୃତ ପୁଲିସ କନଷ୍ଟେବଳ ହେଉଛନ୍ତି ସୁଶାନ୍ତ ହାଲଦାର। ମୃତ ସୁଶାନ୍ତଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟ ଗ୍ରାମରେ ବୋଲି ଜଣା ପଡିଛି। ସୁଶାନ୍ତଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ନଥିବାବେଳେ ତାଙ୍କ ପକେଟରୁ ସୁଇସାଇଡ୍‌ ନୋଟ୍‌ ଜବତ କରାଯାଇଛି।

ଖବର ଅନୁସାରେ, ମାଲକାନଗିରି ଏମଭି ୪୨ ଗାଁର ଏକ ବରଗଛରୁ ପୁଲିସ କନଷ୍ଟେବଳ ସୁଶାନ୍ତ ହାଲଦାରଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଘଟଣାସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ ଆରମ୍ଭ କରିବା ସହ ମୃତ ସୁଶାନ୍ତଙ୍କ ପକେଟରୁ ୭ଟି ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ମୃତ ସୁଶାନ୍ତଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟ ଗ୍ରାମରେ ହୋଇଥିବାବେଳେ ମାଲକାନଗିରି ଏମଭି ୪୨ ଗାଁରେ ସେ ବିବାହ କରିଥିଲେ। ତେବେ ଶ୍ୱଶୁର ଘର ଗାଁରୁ ଝୁଲନ୍ତା ଅବସ୍ଥାରେ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଥିବାରୁ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Leave A Reply

Your email address will not be published.