କୋଟିଏରୁ ଅଧିକ ଟଙ୍କା ଠକେଇ ଅଭିଯୋଗ, ଜଣେ ମହିଳା ପୋଷ୍ଟାଲ ଏଜେଣ୍ଟ ଗିରଫ
୨ ବର୍ଷ ହେବ ଠକ ମହିଳା ଜଣଙ୍କ ଜମାକାରୀଙ୍କ ଡିପୋଜିଟ ଟଙ୍କାକୁ ଧୂଳିସାତ କରିଚାଲିଥିଲେ।
![](https://www.odishalink.com/wp-content/uploads/2023/04/pass-750x430.jpg)
ଓଏଲ୍ ବ୍ୟୁରୋ: ଜଣେ ମହିଳା କୋଟିଏରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଡାକ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଜମା ଟଙ୍କା ଲାକଙ୍କ ଠାରୁ ହଡପ କରୁଥିଲେ। ୨ ବର୍ଷ ହେବ ଠକ ମହିଳା ଜଣଙ୍କ ଜମାକାରୀଙ୍କ ଡିପୋଜିଟ ଟଙ୍କାକୁ ଧୂଳିସାତ କରିଚାଲିଥିଲେ। ତେବେ ଏନେଇ ଜମାକାରୀ ମାନେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ଅଭିଯୁକ୍ତ ପୋଷ୍ଟାଲ ଏଜେଣ୍ଟ ସ୍ବର୍ଣ୍ଣଲତା ଦାସଙ୍କୁ ଗିରଫ କରିଛି ପୁଲିସ।
ସୂଚନା ଅନୁସାରେ, ଡାକ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ପୋଷ୍ଟାଲ ଏଜେଣ୍ଟ ସ୍ବର୍ଣ୍ଣଲତା ଦାସ ୨ ବର୍ଷ ହେବ ଠକ ମହିଳା ଜଣଙ୍କ ଜମାକାରୀଙ୍କ ଡିପୋଜିଟ ଟଙ୍କାକୁ ଧୂଳିସାତ କରିଥିବା ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ଜଗତସିଂହପୁରରୁ ଠକ ମହିଳାଙ୍କୁ ଗିରଫ କଲା ଲିଙ୍ଗରାଜ ଥାନା ପୁଲିସ। ମହିଳା ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଟଙ୍କା ଘରୁ ୧୨୭ଟି ପୋଷ୍ଟାଲ ପାସବୁକ ଜବତ କରିଛି ପୁଲିସ।