ବାୟୁସେନା ଇତିହାସରେ ନୂତନ ଫର୍ଦ୍ଦ ଯୋଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ଏୟାରକ୍ରାଫ୍ଟରେ ଉଡ଼ିଲେ ଦ୍ରୌପଦୀ ମୁର୍ମୁ।
![](https://www.odishalink.com/wp-content/uploads/2023/04/p-750x430.jpg)
ଓଏଲ୍ ବ୍ୟୁରୋ: ବାୟୁସେନା ଇତିହାସରେ ଯୋଡ଼ିହେଲା ନୂତନ ଫର୍ଦ୍ଦ। ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇ ଫାଇଟର ଏୟାରକ୍ରାଫ୍ଟରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନା ପୋଷାକରେ ସୁଖୋଇ-୩୦ରେ ଉଡ଼ିଲେ ରାଷ୍ଟ୍ରପତି। ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ଏୟାରକ୍ରାଫ୍ଟରେ ଉଡ଼ିଲେ ଦ୍ରୌପଦୀ ମୁର୍ମୁ। ତେଜପୁର ଏୟାରଫୋର୍ସ ଷ୍ଟେସନରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଦେଖିବାକୁ ମିଳିଥିଲା। ଲଢ଼ୁଆ ବିମାନ ସୁଖୋଇରେ ଉଡାଣ ପାଇଁ ପ୍ରସ୍ତୁତ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ। ପ୍ରସ୍ତୁତ ପରେ ଯୁଦ୍ଧ ବିମାନରେ ବସି ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଆସାମ ସ୍ଥିତ ତେଜପୁର ବାୟୁସେନା ଷ୍ଟେସନରୁ ଯୁଦ୍ଧ ବିମାନ ସୁଖୋଇ-୩୦ ଏମକେଆଇ ବିମାନରେ ବସି ଉଡାଣ ଭରିଥିଲେ ରାଷ୍ଟ୍ରପତି। ଏଥିପାଇଁ ତେଜପୁର ବାୟୁସେନା ଷ୍ଟେସନରେ ପହଞ୍ଚିଥିଲେ ରାଷ୍ଟ୍ରପତି। ତେଜପୁର ଏୟାରଫୋର୍ସ ଷ୍ଟେସନରେ ରାଷ୍ଟ୍ରପତି ପହଞ୍ଚିବା ପରେ ବାୟୁସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଗାର୍ଡ ଅଫ୍ ଅନର ପରେ ଭାରତର ମହାମହିମ ରାଷ୍ଟ୍ରପତି ମୁର୍ମୁ ଯୁଦ୍ଧ ବିମାନ ସୁଖୋଇରେ ବସି ଉଡାଣ ଭରିଥିଲେ। ୩ ସେନାର ପ୍ରମୁଖ କମାଣ୍ଡର ହୋଇଥିଲେ ମ୍ୟାଡାମ ପ୍ରେସିଡେଣ୍ଟ। କୋ-ପାଇଲଟ ସିଟରେ ବସି ଉଡାଣ ଭରିଥିଲେ ରାଷ୍ଟ୍ରପତି। ପୂର୍ବରୁ ଭାରତର ଅନେକ ରାଷ୍ଟ୍ରପତି ବିମାନରେ ବସି ଉଡାଣ ଭରିଥିବା ସୂଚନା ରହିଛି।