Odisha Link
Bridging the Missing Links in Odisha

ଓଡ଼ିଶାରେ ଏବେ ଖାମଖିଆଲ ସରକାର ଚାଲିଛି: ଜୁଏଲ ଓରାମ

ପ୍ରବାସୀ ଓଡ଼ିଆ କଣ ଲାଭବାନ ହେବେ, କରୋନା ସମୟରେ ସୁରଟରେ ଲୋକମାନେ କେମିତି ତ୍ରାହି ତ୍ରାହି କହି କାନ୍ଦୁଥିଲେ ତାହା କଣ ଅଛପା ଅଛି।

ଓଏଲ୍‌ ବ୍ୟୁରୋ: ପରିବାର ନିର୍ଦ୍ଦେଶାଳୟ ଗଠନ ନେଇ କ୍ୟାବିନେଟ ମୋହର ବାଜି ସାରିଛି। ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ। ଜୁଏଲ ଓରାମ କହିଛନ୍ତି, ଯେଉଁ ନିଷ୍ପତ୍ତି ହେଉଛି ମୁଖ୍ୟମନ୍ତ୍ରୀ ସେ ବାବଦରେ ସବିଶେଷ ତଥ୍ୟ ଜାଣୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। କ୍ୟାବିନେଟରେ ଯାହା ପାସ୍ ହେଉଛି ତାହା ଜାଣୁଛନ୍ତି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୌଣସି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ନିଷ୍ପତ୍ତି ନେଉଥିବା ଜଣା ପଡୁନାହିଁ ବୋଲି କହିଛନ୍ତି ଜୁଏଲ ଓରାମ।

ବିଜେପି ସାଂସଦ ଜୁଏଲ ଓରାମ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ଏବେ ଖାମଖିଆଲ ସରକାର ଚାଲିଛି। ବାର ବାର ଯେହେତୁ ଜିତୁଛନ୍ତି ଅହଂକାର ବଢ଼ି ଯାଇଛି। ଏବେ କେବଳ ଘୋଷଣା କରିଛନ୍ତି, ତାର ମୋଡାଲିଟି କଣ, ଅପରେସନାଲ ପାର୍ଟ କଣ କିଛି ଜଣାନାହିଁ, ତେଣୁ ଏ ବିଷୟରେ କହିବା ଉଚିତ ନୁହେଁ। ପ୍ରବାସୀ ଓଡ଼ିଆ କଣ ଲାଭବାନ ହେବେ, କରୋନା ସମୟରେ ସୁରଟରେ ଲୋକମାନେ କେମିତି ତ୍ରାହି ତ୍ରାହି କହି କାନ୍ଦୁଥିଲେ ତାହା କଣ ଅଛପା ଅଛି। ବିଭିନ୍ନ ଯୋଜନାରେ ଲୋକମାନେ କିଛି ପାଉନାହାନ୍ତି କେବଳ ଘୋଷଣା ସର୍ବସ୍ବ ହୋଇକି ରହୁଛି। ଦଳୀୟ କାର୍ଯ୍ୟକ୍ରମକୁ ସରକାରୀ କାର୍ଯ୍ୟକ୍ରମରେ ବ୍ଲେଣ୍ଡିଂ କରିବାକୁ ଚେଷ୍ଟା କରୁଛନ୍ତି, ଏହା ତାଙ୍କର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ଜୁଏଲ ଓରାମ।

Leave A Reply

Your email address will not be published.