Odisha Link
Bridging the Missing Links in Odisha

ରାଜ୍ୟରେ ମୁଣ୍ଡଫଟା ଖରା, ଅସମ୍ଭାଳ ହେଲାଣି ତାତି

ସବୁଠାରୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ାରେ ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଅସମ୍ଭାଳ ହେଲାଣି ତାତି। ରାଜ୍ୟରେ ଶୁଷ୍କ ଉଷ୍ମ ବାୟୁ ପ୍ରବାହ ବଢିବା ଯୋଗୁ ତାପାମାତ୍ରାରେ ମଧ୍ୟ ବୃଦ୍ଧି ପାଉଛି। ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢିବାରେ ଲାଗିଛି। ସକାଳୁ ପ୍ରବଳ ତାତି ଅନୁଭୁତ ହେଉଛି। ଏମିତି ଗୁଳୁଗୁଳି ହେଉଛି, ଘରୁ ବାହାରିବାକୁ ଭୟ ଲାଗୁଛି। ଆଜି ଦିନ ସାଢ଼େ ୨ଟା ୩୦ ସୁଦ୍ଧା ରାଜ୍ୟର ୪ଟା ସହରର ତାପମାତ୍ରା ୩୯ ଡିଗ୍ରୀ ଅଧିକ୍ରମ କରିଛି। ତେବେ ସବୁଠାରୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ାରେ ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି।

ତାତି ବଢିବା ସହ ସକାଳ ସାଢ଼େ ୮ଟାରେ ୩୧ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ଦିନ ବଢିବା ସହ ତାତି ବଢିବାରେ ଲାଗିଛି। ସେହିଭଳି ୩ ଦିନ ହେଲା ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ଆଉଟୁପାଉଟୁ ହୋଇଗଲେଣି ରାଜଧାନୀବାସୀ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଝାରସୁଗୁଡାରେ ୩୯.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୩୯.୬ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୯.୦ ଡ଼ିଗ୍ରୀ, ଚାନ୍ଦବାଲିରେ ୩୯.୦ ଡ଼ିଗ୍ରୀ, ହୀରାକୁଦରେ ୩୭.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୬.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୬.୨ ଡ଼ିଗ୍ରୀ, ପୁରୀରେ ୩୩.୬ ଡ଼ିଗ୍ରୀ, ପାରାଦୀପରେ ୩୩ ଡ଼ିଗ୍ରୀ, ଗୋପାଳପୁରରେ ୩୧.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ତେବେ ଆଗାମୀ କିଛି ଏହି ଭଳି ତାପମାତ୍ରା ରହିବା ସହ ଅସହ୍ୟ ତାତି ରହିବ ବୋଲି କୁହାଯାଉଛି।

Leave A Reply

Your email address will not be published.