ମିଲିଟାରୀ ଷ୍ଟେସନରେ ଗୁଳିମାଡ଼ ଘଟଣା: ଗୁଳି କରିଥିବା ବ୍ୟକ୍ତି ଜଣକ ସେନା ଯବାନ
ଧରାପଡ଼ିବା ପରେ ଯବାନଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।
![](https://www.odishalink.com/wp-content/uploads/2023/04/soulder-750x430.jpg)
ଓଏଲ୍ ବ୍ୟୁରୋ: ପଞ୍ଜାବ ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସକାଳ ପ୍ରାୟ ସାଢ଼େ ୪ଟାରେ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ରେ ୪ ଜଣ ଯବାନ ପ୍ରାଣ ହରାଇଥିଲେ। ତେବେ ଏହି ଘଟଣାରେ ଅଭିଯୁକ୍ତ ସୁଟର ଧରାପଡିଛି। ଗୁଳିମାଡ଼ କରିଥିବା ବ୍ୟକ୍ତି ଜଣକ ସେନା ଯବାନ ଥିବା ସୂଚନା। ଧରାପଡ଼ିବା ପରେ ଯବାନଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।
ଆଜି ପଞ୍ଜାବ ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଆଜି ସକାଳ ପ୍ରାୟ ସାଢ଼େ ୪ଟାରେ ଗୁଳିମାଡ଼ ହୋଇଥିଲା। ଏହି ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁଳିକାଣ୍ଡ ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା। କୁଇକ୍ ରିଆକସନ୍ ଟିମ୍ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଥିଲା। ପଞ୍ଜାବ ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ ପରେ ସେନା ଛାଉଣୀକୁ ସମ୍ପୂର୍ଣ୍ଣ ସିଲ କରାଯାଇଛି। ସର୍ଚ୍ଚ ଅପରେସନ ଜାରି ସାଉଥ ୱେଷ୍ଟ କମାଣ୍ଡ ମୁଖ୍ୟାଳୟ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଥିଲା।