ସର୍ବାଧିକ ସମ୍ପତ୍ତି ଥିବା ୩ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନଙ୍କ ନାମ: ଏଡିଆର୍ ରିପୋର୍ଟ
ସର୍ବାଧିକ ସମ୍ପତି ଥିବା ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଓଏଲ୍ ବ୍ୟୁରୋ: ଧନୀ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଡିଆର୍ ରିପୋର୍ଟ ଦ୍ୱାରା ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସମ୍ପତି ପ୍ରାୟ ୩୩କୋଟିରୁ ଅଧିକ। ସେହିଭଳି ୩୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ କାର୍ଯ୍ୟରତ ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ ଅର୍ଥାତ ୯୭ ପ୍ରତିଶତ କୋଟିପତି ଅଟନ୍ତି। ଏହି ପରିପ୍ରେକ୍ଷୀରେ ସର୍ବାଧିକ ସମ୍ପତ୍ତି ଥିବା ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ରହିଛି।
ସୂଚନା ଅନୁସାରେ, ସର୍ବାଧିକ ସମ୍ପତି ଥିବା ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମରେ ରହିଛନ୍ତି ଆନ୍ଧ୍ରପ୍ରଦେଶ କଡପା ଜିଲ୍ଲାର ଜଗନ ମୋହନ ରେଡି। ଜଗନ ମୋହନ ରେଡି ପାଖାପାଖି ୫୧୦କୋଟିରୁ ଅଧିକ ସମ୍ପତି ରଖିଛନ୍ତି। ସେହି ହାରରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅରୁଣାଂଚଳ ପ୍ରଦେଶର ପେମା ଖଣ୍ଡୁ ରହିଥିବାବେଳେ ତାଙ୍କ ପାଖରେ ୧୬୩କୋଟିରୁ ଅଧିକ ସମ୍ପତି ରହିଥିବା କୁହାଯାଉଛି। ସର୍ବାଧିକ ସମ୍ପତି ଥିବା ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ୬୩କୋଟିରୁ ଅଧିକ ସମ୍ପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଖରେ ରହିଥିବା ଏଡିଆର୍ ରିପୋର୍ଟ ଦ୍ୱାରା ପ୍ରକାଶ ପାଇଛି।