ଝାରସୁଗୁଡ଼ା ଉପ-ନିର୍ବାଚନ: ଆଜିଠୁ ଏପ୍ରିଲ ୨୦ ତାରିଖ ଯାଏଁ ନାମାଙ୍କନ ଦାଖଲ
ଏପ୍ରିଲ୍ ୨୪ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ।

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ତେବେ ଉପ-ନିର୍ବାଚନ ପାଇଁ ପ୍ରଥମେ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଥିଲା। ପରେ ତରୁଣ ପାଣ୍ଡେ କଂଗ୍ରେସରୁ ଝାରସୁଗୁଡା ଉପ-ନିର୍ବାଚନରେ ଲଢ଼ିବେ ବୋଲି ଘୋଷଣା ହୋଇଥିଲା। ଶେଷରେ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଛି। ବିଜେପି ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି।
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’୧୦ରେ ଝାରସୁଗୁଡା ଉପ-ନିର୍ବାଚନ ହେବ। ଆଜିଠୁ ଏପ୍ରିଲ ୨୦ ତାରିଖ ଯାଏଁ ନାମାଙ୍କନ ଦାଖଲ କରାଯିବ। ଏପ୍ରିଲ ୨୧ରୁ ୨୩ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ଏପ୍ରିଲ୍ ୨୪ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଆସନ୍ତା ମେ’୧୦ରେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ଥିବାବେଳେ ମେ’ ୧୩ରେ ଭୋଟ ଗଣତି।
ଖବର ଅନୁସାରେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ତାଙ୍କ ପଦ ଖାଲି ରହିଛି। ତେବେ ଏହି ପଦବୀ ପୂରଣ ପାଇଁ ଝାରସୁଗୁଡାରେ ଉପ-ନିର୍ବାଚନ ହେବ। ଉପ-ନିର୍ବାଚନକୁ ନେଇ ଝାରସୁଗୁଡାରେ କେଉଁ ଦଳ ଉପ-ନିର୍ବାଚନରେ ବାଜିମାତ କରିବ ଦେଖିବାକୁ ବାକି ରହିଲା। ମେ’୧୦ରେ ଝାରସୁଗୁଡା ଉପ-ନିର୍ବାଚନ ହେବାକୁ ଥିବା ବେଳେ ମେ’୧୩ରେ ଫଳାଫଳ ପ୍ରକାଶ ପାଇବ। ତେବେ ଉପନିର୍ବାଚନ ପାଇଁ ମଇଦାନରେ ଯୁବ ନେତାଙ୍କୁ ଦେଖିବାକୁ ମିଳିବ।