Odisha Link
Bridging the Missing Links in Odisha

୨୦୨୪ରେ ନିର୍ବାଚନ ନଲଢ଼ିବାକୁ ନିଷ୍ପତି ନେଇଛି: ବିଧାୟକ ନରସିଂହ ମିଶ୍ର

ତା’ଛଡ଼ା ବୟସ ବଢ଼ିବା ସହ ଆବଶ୍ୟକ ଅନୁସାରେ କାମ ବି କରିପାରିବେ ନାହିଁ।

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ନିର୍ବାଚନ ପୂର୍ବରୁ ଆଉ ଏକ ଖବର ସାମ୍ନାକୁ ଆସିଛି। ଆଗାମୀ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ବୟସାଧିକ କାରଣରୁ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଲଢ଼ିବେନି ବୋଲି ଖୋଦ୍ କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି। ବର୍ତମାନ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କୁ ୮୩ ବର୍ଷ ହୋଇଥିବା ବେଳେ ଆସନ୍ତାବର୍ଷ ତାଙ୍କୁ ୮୪ ବର୍ଷ ହେବ। ତେଣୁ ଏତେ ଯଦି ସେ ନିର୍ବାଚନ ଲଢ଼ିବେ, ତେବେ ଜନତାଙ୍କୁ ଉଚିତ୍ ନ୍ୟାୟ ଦେଇପାରିବେ ନାହିଁ ବୋଲି ସେ ନିଜେ କହିଛନ୍ତ। ତା’ଛଡ଼ା ବୟସ ବଢ଼ିବା ସହ ଆବଶ୍ୟକ ଅନୁସାରେ କାମ ବି କରିପାରିବେ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ଯଦି ଲୋକ ପ୍ରତିନିଧି ହୋଇ କାମ ନକରିପାରିବେ, ତେବେ କିଛି ଲାଭ ନାହିଁ ବୋଲି ସେ କହିଛନ୍ତି। ସେଥିପାଇଁ ୨୦୨୪ରେ ନିର୍ବାଚନ ନଲଢ଼ିବାକୁ ନିଷ୍ପତି ନେଇଛନ୍ତି। ୨୦୧୯ରେ ମଧ୍ୟ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଚିନ୍ତା କରିଥିଲେ। କିନ୍ତୁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଜନତା ଓ ଦଳ ବାଧ୍ୟ କରିଥିଲେ। ସେଥିପାଇଁ ୨୦୧୯ରେ ସେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ୨୦୨୪ରେ ଯଦି ତାଙ୍କୁ ନିର୍ବାଚନ ଲଢ଼ିବାକୁ ବାଧ୍ୟ କରାଯାଏ, ତେବେ ଦଳ ଛାଡ଼ିବାକୁ ସେ ବାଧ୍ୟ ହେବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର।

Leave A Reply

Your email address will not be published.