Odisha Link
Bridging the Missing Links in Odisha

ସାଧାରଣ ଲୋକଙ୍କ ସଂପତ୍ତିକୁ ଏକ କଂପାନୀକୁ ଦେବା ଚିନ୍ତାର ବିଷୟ: ସମ୍ବିତ ପାତ୍ର

ପୁରୀରେ ବେଦାନ୍ତ ୟୁନିଭର୍ସିଟି ପ୍ରସଙ୍ଗ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରେସମିଟ୍‌।

ଓଏଲ୍‌ ବ୍ୟୁରୋ: ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ନେଇ ଏକ ଖବର ସାମ୍ନାକୁ ଆସିଥିଲା। ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ। ଅଧିଗ୍ରହଣ ହୋଇଥିବା ୧୦ ହଜାର ଏକର ଜମି ବେଆଇନ ବୋଲି କହିଥିଲେ ସୁପ୍ରିମକୋର୍ଟ। ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା ସହ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଥିଲେ। ପୁରୀରେ ବେଦାନ୍ତ ୟୁନିଭର୍ସିଟି ପ୍ରସଙ୍ଗ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରେସମିଟ୍‌।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସମ୍ବିତ ପାତ୍ର। ସେ କହିଛନ୍ତି, ପୁରୀରେ ବେଆଇନ କାମ ହୋଇଥିଲା। ଆଇନ କାନୁନର ଉଲ୍ଲଂଘନ କରିଥିଲେ ରାଜ୍ୟ ସରକାର। ଜମି ଅଧିଗ୍ରହଣ ନେଇ ଆଇନର ଉଲ୍ଲଂଘନ କରିଥିଲେ ସରକାର। ୨ଟି ନଈକୁ କଂପାନୀ ହାତକୁ ଟେକି ଦେଇଥିଲେ ସରକାର। ନୂଆ ଓ ନଳା ନଦୀର ମାଲିକ ହୋଇଥାଆନ୍ତା ବେଦାନ୍ତ। ଏହାଦ୍ବାରା ପ୍ରଭାବିତ ହୋଇଥାଆନ୍ତେ ପୁରୀବାସୀ। ଘରୋଇ କଂପାନୀକୁ ଅହେତୁକ ଅନୁକମ୍ପା ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି, ସାଧାରଣ ଲୋକଙ୍କ ସଂପତ୍ତିକୁ ଏକ କଂପାନୀକୁ ଦେବା ଚିନ୍ତାର ବିଷୟ।

Leave A Reply

Your email address will not be published.