Odisha Link
Bridging the Missing Links in Odisha

ଆନ୍ଦୋଳନ କରିପାରିବେନି ସ୍ୱାସ୍ଥ୍ୟକର୍ମୀ, ଗୃହ ବିଭାଗ ପକ୍ଷରୁ ଲାଗୁ ହେଲା ନିୟମ

ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନଙ୍କ ପ୍ରତି ଏହି କଟକଣା ଲାଗୁ କରାଯାଇଥିବାବେଳେ ଅନ୍ୟ ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପ୍ରତି ବି ଲାଗୁ ହୋଇଛି।

ଓଏଲ୍‌ ବ୍ୟୁରୋ: ଏଣିକି ଆଉ ସ୍ୱାସ୍ଥ୍ୟକର୍ମୀମାନେ ଆନ୍ଦୋଳନ କରିପାରିବେନି। ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଏସମା ଲାଗୁ କରିଛନ୍ତି ସରକାର। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଲାଗୁ ହେଲା କଟକଣା। ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନଙ୍କ ପ୍ରତି ଏହି କଟକଣା ଲାଗୁ କରାଯାଇଥିବାବେଳେ ଅନ୍ୟ ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପ୍ରତି ବି ଲାଗୁ ହୋଇଛି।

ଜରୁରୀ ସେବାରେ ବ୍ୟାଘାତ ନଘଟାଇବା ପାଇଁ ଲାଗୁ ହେଲା ଏସମା। ସମସ୍ତ ପ୍ରକାର ସରକାରୀ ଚିକିତ୍ସାଳୟରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଏହି କଟକଣା ଲାଗୁ କରାଯାଇଛି। ଆସନ୍ତା ୬ ମାସ ପର୍ଯ୍ୟନ୍ତ ନିୟମ ଲାଗୁ ହୋଇଥିବା ନେଇ ନିର୍ଦ୍ଦେଶନାମା। ଜରୁରୀ ସେବା ଆଇନ୍ ୧୯୮୮ ଆଧାରରେ ଏହି କଟକଣା ଲଗାଯାଇଛି। ଆଗାମୀ ୬ ମାସ ଯାଏ ଆନ୍ଦୋଳନ ଉପରେ ରୋକ୍ ଲଗାଇଛନ୍ତି ପ୍ରଶାସନ।

Leave A Reply

Your email address will not be published.