ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା: ୩ ଜଣଙ୍କୁ ନୋଟିସ୍ ଜାରି କଲେ କୋର୍ଟ
ଏସିଏଫ ସୌମ୍ୟ ମହାପାତ୍ର ମୃତ୍ୟୁ ମାମଲାରେ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ନୋଟିସ୍ ଜାରି କଲେ କୋର୍ଟ।

ଓଏଲ୍ ବ୍ୟୁରୋ: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଜି ଯାଏଁ ମୃତ୍ୟୁ ଉପରୁ ରହସ୍ୟ ଉଠିପାରି ନଥିବା ବେଳେ କୋର୍ଟ ୩ ଜଣଙ୍କୁ ନୋଟିସ ଜାରି କରିଛନ୍ତି। ଏସିଏଫ ସୌମ୍ୟ ମହାପାତ୍ର ମୃତ୍ୟୁ ମାମଲାରେ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ନୋଟିସ୍ ଜାରି କଲେ କୋର୍ଟ। ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ ଉଭୟଙ୍କୁ ନୋଟିସ୍ ଜାରି କରିଛନ୍ତି। ରୋଷେୟାଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି।
ମୃତ ସୌମ୍ୟଙ୍କ ପିତା ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ଏଥିରେ ଦର୍ଶାଇଥିଲେ ଯେ, ପୁଅ ସୌମ୍ୟ ଆତ୍ମହତ୍ୟା କରିନାହାନ୍ତି ବରଂ ଏହା ପଛରେ ହତ୍ୟା ଷଡ଼ଯନ୍ତ୍ର ରହିଛି। ଏହି ଆବେଦନର ଶୁଣାଣି କରି କୋର୍ଟ ବିଦ୍ୟାଭାରତୀ ଓ ଡିଏଫଓଙ୍କୁ ନୋଟିସ୍ ଜାରି କରିଛନ୍ତି। ଦୀର୍ଘ ଦିନର ମୃତ୍ୟୁ ଘଟଣା ଉପରୁ ଏପର୍ଯ୍ୟନ୍ତ ପରଦା ହଟି ପାରିନାହିଁ। ତେବେ ଏହି ଘଟଣାକୁ ନେଇ ତଦନ୍ତ ଜାରି ରହିଥିବାବେଳେ କୋର୍ଟ ଏହି ମାମଲାରେ ୩ ଜଣଙ୍କ ପାଇଁ ନୋଟିସ ଜାରି କରିଛି।