ଭାରତ ବିଶ୍ୱର ସର୍ବବୃହତ ଜନବହୁଳ ଦେଶ

ଓଏଲ୍ ବ୍ୟୁରୋ: ଜନସଂଖ୍ୟା ତୁଳନାରେ ଚୀନକୁ ପଛରେ ପକାଇଲା ଭାରତ। ଏବେ ବିଶ୍ୱର ସର୍ବବୃହତ ଜନବହୁଳ ରାଷ୍ଟ୍ର ଚୀନ ନୁହେଁ ଭାରତ। ବୁଧବାର ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି(ୟୁଏନ୍ଏଫ୍ପିଏ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ୟୁଏନ୍ଏଫ୍ପିଏ ଜନସଂଖ୍ୟ ଡାଟା ‘ଷ୍ଟେଟ୍ ଅଫ୍ ୱାର୍ଲ୍ଡ ପପୁଲେସନ ରିପୋର୍ଟ ୨୦୨୩’ ରେ ଅନୁସାରେ ଚୀନ ଅପେକ୍ଷା ଭାତରରେ ୨୦ ଲକ୍ଷ ଅଧିକ ଲୋକ ରହିଛନ୍ତି ବୋଲି ଉଲ୍ଲେଖ ରହିଛି।
ରିପୋର୍ଟ ଅନୁଯାୟୀ, ଚୀନ ତୁଳନାରେ୨୦ଲକ୍ଷରୁ ଅଧିକ ଲୋକ ରହିଛନ୍ତି। ଆଉ ଭାରତର ଜନସଂଖ୍ୟାରେ ବୃଦ୍ଧି ହୋଇ ଏବେ ଏହା ୧୪୦ କୋଟିରୁ ଅଧିକ ହେଲାଣି। ଚୀନରେ ଶିଶୁ ଜନ୍ମ ହାର କମିଛି, ଆଉ ଏହି ଦେଶ ଏବେ ମାଇନସ ହିସାବରେ ଚାଲିଛି।
ୟୁଏନଏଫପିଏର ‘ଦ ଷ୍ଟେଟ ଅଫ ଓ୍ବାର୍ଲଡ ପପୁଲେଶନ ରିପୋର୍ଟ ୨୦୨୩’ ଯାହା ‘୮ ବିଲିୟନ ଲାଇଭସ୍, ଇନଫିନିଟ ପସିବିଲିଟିଜ: ଦ କେସ ଫର ରାଇଟସ୍ ଆଣ୍ଡ ଚଏସ’ର ଟାଇଟେଲରେ ଜାରି କରାଯାଇଛି। ଏଥିରେ କୁହାଯାଇଛି କି ଏବେ ଭାରତର ଜନସଂଖ୍ୟା ୧,୪୨୮.୬ ମଲିୟନ ରହିଛି। ଏହି ହିସାବରେ ଚୀନର ଜନସଂଖ୍ୟା ୧,୪୨୫.୭ ମିଲିୟନ ରହିଛି। ଅର୍ଥାତ୍ ଦୁଇ ଦେଶର ଜନସଂଖ୍ୟାରେ ୨.୯ ମିଲିୟନର ଅନ୍ତର ହୋଇଯାଇଛି। ରିପୋର୍ଟରେ ତାଜା ସଂଖ୍ୟା ‘ଡେମୋଗ୍ରାଫିକ ଇଣ୍ଡିକେଟର୍ସ’ର କାଟାଗୋରୀରେ ଦିଆଯାଇଛି।
ସଂଯୁକ୍ତ ରାଷ୍ଟ୍ରର ଜନସଂଖ୍ୟା ଡେଟା ରେକର୍ଡରେ ଏହା ପ୍ରଥମଥର ହୋଇଛି ଯେ ଭାରତର ଜନସଂଖ୍ୟା ୧୯୫୦ ପରେ ଚୀନଠାରୁ ଅଧିକ ହୋଇଛି। ସୂଚନାଯୋଗ୍ୟ, ସଂଯୁକ୍ତ ରାଷ୍ଟ୍ରର ସ୍ଥାପନା ୧୯୪୫ରେ ଶେଷ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ହୋଇଥିଲା ଓ ୧୯୫୦ରେ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା ଡେଟା ଏକତ୍ର କରିବା ଓ ଜାରି କରିବା ଆରମ୍ଭ କରିଥିଲା।
ସେହିପରି ଆମେରିକା ୩୪୦ ମିଲିୟନ ଜନସଂଖ୍ୟା ସହ ବୃହତ ଜନବହୁଳ ରାଷ୍ଟ୍ର ତାଲିକାରେ ତୃତୀୟ ସ୍ଥାନରେ ରହିଛି। ୨୦୨୩ ଫେବ୍ରୁଆରି ମାସରେ ସଂଗୃହିତ ହୋଇ ଏହି ତଥ୍ୟା ପ୍ରଦାନ କରାଯାଇଛି ବୋଲି ୟୁଏନ୍ଏଫ୍ପିଏ କହିଛି। ରିପୋର୍ଟ ଅନୁସାରେ ବିଶ୍ୱରେ ଜନସଂଖ୍ୟା ଏବେ ୮ ଅରବ ଠାରୁ ଅଧିକ ରହିଛି। ତେବେ ଭାରତ ଜନସଂଖ୍ୟାରେ କେବେ ଚୀନକୁ ଟପିଲା ସେ ନେଇ ସଂସ୍ଥା କୌଣସି ସ୍ପଷ୍ଟୀକରଣ ଦେଇ ନାହିଁ।