Odisha Link
Bridging the Missing Links in Odisha

ମନି ଲଣ୍ଡରିଂ ମାମଲା: ଅକ୍ଷୟ ପରିଜାଙ୍କ ଦୋଷ ଦେଲେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ

୩ଟି ମାମଲାରୁ ମାତ୍ର ଗୋଟିଏରେ ସର୍ତ୍ତମୂଳକ ଜାମିନ ମିଳିଥିବା ଜଣା ପଡିଥିଲା।

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ମୁହଁ ଖୋଲିଲେ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଦୋଷ ଦେଲେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ। କ୍ୟାପିଟାଲ ହସ୍ପିଟାଲ ନେବା ବେଳେ ଜଗବନ୍ଧୁ କହିଛନ୍ତି ଯେ, ସବୁ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ। ଶ୍ରଦ୍ଧାଞ୍ଜଳିଙ୍କୁ ଟଙ୍କା ଲାଳସା ଦେଖାଇ ଆମ ମୁଣ୍ଡରେ ଅଠା ବୋଳିଛନ୍ତି। ଶ୍ରଦ୍ଧାଞ୍ଜଳିଙ୍କୁ ଲୁଚାଇ ରଖାଯାଇଛି, ତାଙ୍କୁ ଶୀଘ୍ର ବାହାର କରନ୍ତୁ। ସମୟ ଆସିଲେ ସବୁ କହିବୁ ବୋଲି କହିଛନ୍ତି ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ।

ଖବର ଅନୁସାରେ, ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ। ଜଗବନ୍ଧୁଙ୍କ ନାଁରେ ୩ଟି ମାମଲା ରହିଛି। ୩ଟି ମାମଲାରୁ ମାତ୍ର ଗୋଟିଏରେ ସର୍ତ୍ତମୂଳକ ଜାମିନ ମିଳିଥିବା ଜଣା ପଡିଥିଲା। ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ମାମଲାରେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା। ଅର୍ଚ୍ଚନା ନାଗଙ୍କୁ ମଧ୍ୟ ମାତ୍ର ଗୋଟେ ମାମଲାରେ ସର୍ତ୍ତ ମୂଳକ ଜାମିନ ମିଳିଥିଲା। ଅର୍ଚ୍ଚନାଙ୍କୁ ସର୍ତମୂଳକ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ହୋଇଥିବା ମାମଲା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ତେବେ ଅର୍ଚ୍ଚନାଙ୍କ ନାଁରେ ଏକାଧିକ ମାମଲା ଥିବାରୁ ଏବେ ସେ ଜେଲରୁ ବାହାରି ପାରିବେନି।

Leave A Reply

Your email address will not be published.