ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ହାତରେ ଧରାପଡ଼ିଲେ ମେଡିକାଲ ଅଫିସର
ଏନେଇ ଅଭିଯୋଗ କ୍ରମେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସିଏଚସିର ମେଡିକାଲ ଅଫିସର

ଓଏଲ୍ ବ୍ୟୁରୋ: ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ନେଉଥିଲେ ଲାଞ୍ଚ। ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ୨୦ ହଜାର ଲାଞ୍ଚ ନେବା ପଡିଲା ମହଙ୍ଗା। ଲାଞ୍ଚ ନେଇ ଧରାପଡ଼ିଲେ ଦାନଗଦି ସିଏଚସିର ମେଡିକାଲ ଅଫିସର ପବିତ୍ର ସେଠୀ। ସିକ୍ୟୁରିଟି ଗାର୍ଡ ଅଭିରାମ କାଣ୍ଡିଙ୍କୁ ମଧ୍ୟ ଧରିଲା ଭିଜିଲାନ୍ସ। ତେବେ ଜଣେ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ ଏବଂ ଏନେଇ ଅଭିଯୋଗ କ୍ରମେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସିଏଚସିର ମେଡିକାଲ ଅଫିସର ପବିତ୍ର ସେଠୀ ଓ ସିକ୍ୟୁରିଟି ଗାର୍ଡ ଅଭିରାମ କାଣ୍ଡି।