କାଗଜ ହେବ ୫ଶହ ଟଙ୍କିଆ ନୋଟ୍! ଏମିତି କହି ୧.୧୦ ଲକ୍ଷ ଲୁଟିନେଲେ ଲୁଟେରା
ଉକ୍ତ କେମିକାଲ ଆଣି ଦେବାକୁ କହି ୧.୧୦ ଲକ୍ଷ ଠକି ନେଇଥିଲେ ଲୁଟେରା।

ଓଏଲ୍ ବ୍ୟୁରୋ: ସାବଧାନ ରୁହନ୍ତୁ, ଚାରିଆଡେ ମାତିଛନ୍ତି ଲୁଟେରା। କେତେବେଳେ ଅନଲାଇନ ମାଧ୍ୟମରେ ତ କେତେବେଳେ ନିଜ ଘର ଦୁଆର ମୁହଁରୁ, ଅତି ଚାଲାକର ସହ ଲୁଟିବାରେ ଲାଗିଛନ୍ତି ଲୁଟେରା। ତେବେ ସୋନପୁରରେ ଅଭିନବ ଉପାୟରେ ଯୁବକଙ୍କୁ ଠକେଇ ହୋଇଥିବା ଖବର ସାମ୍ନାକୁ ଆସିଛି। କେମିକାଲରେ ବୁଡ଼ାଇଲେ ସାଦା କାଗଜ ଏବଂ କହିଲେ ୫ଶହ ଟଙ୍କିଆ ହେବ। ଉକ୍ତ କେମିକାଲ ଆଣି ଦେବାକୁ କହି ୧.୧୦ ଲକ୍ଷ ଠକି ନେଇଥିଲେ ଲୁଟେରା।
ସୋନପୁରର ଜଣେ ଯୁବକଙ୍କଠାରୁ ଠକେଇ ଗ୍ୟାଙ୍ଗର ୪ ଜଣ ଠକି ନେଇଥିଲେ। ଏନେଇ ଏତଲା ପରେ ଗ୍ୟାଙ୍ଗରେ ଥିବା ଯୁବକଙ୍କୁ ଧରିଲା ପୁଲିସ। ତେବେ ପ୍ରତିଦିନ ଏଭଳି ହତ୍ୟା ଲୁଣ୍ଠନ ଖବର ସାମ୍ନାକୁ ଆସୁଥିବାବେଳେ ଏନେଇ ସତର୍କ ରହିବାକୁ କୁହାଯାଉଛି।