ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଏକ ସରକାରୀ ହଷ୍ଟେଲର ୩୦ରୁ ଅଧିକ ଛାତ୍ରୀ ଅସୁସ୍ଥ
ଅତ୍ୟଧିକ ତାତି ପାଇଁ ଜ୍ୱର, ପେଟବଥା ଓ ମୁଣ୍ଡ ବୁଲାଉଥିବାରୁ ଶରୀର ଅସୁସ୍ଥ ହୋଇଥିବା ସୂଚନା ରହିଛି।
![](https://www.odishalink.com/wp-content/uploads/2023/04/student-750x430.jpg)
ଓଏଲ୍ ବ୍ୟୁରୋ: କୋଇଡାର ଏକ ସରକାରୀ ଛାତ୍ରୀନିବାସରେ ଘଟିଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୩୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇ କେ. ବଲାଙ୍ଗ ମେଡିକାଲ୍ରେ ଭର୍ତ୍ତି ହୋଇଥିବା ଜଣା ପଡିଛି। ସ୍ୱଏମ୍ବା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଅସୁସ୍ଥ ହୋଇଛନ୍ତି। ୩୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇ କେ. ବଲାଙ୍ଗ ମେଡିକାଲ୍ରେ ଭର୍ତ୍ତି ହୋଇଥିବା ଛାତ୍ରୀ ସରକାରୀ ହଷ୍ଟେଲରେ ରହୁଥିଲେ। ଅତ୍ୟଧିକ ତାତି ପାଇଁ ଜ୍ୱର, ପେଟବଥା ଓ ମୁଣ୍ଡ ବୁଲାଉଥିବାରୁ ଶରୀର ଅସୁସ୍ଥ ହୋଇଥିବା ସୂଚନା ରହିଛି। ତେବେ ବଢୁଥିବା ତାପମାତ୍ରା କାରଣରୁ ଏଭଳି ହୋଇଥିବା କୁହାଯାଉଛି।
ସୂଚନା ଅନୁସାରେ, ବଢ଼ିଚାଲିିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଓଡ଼ିଶାରେ ଥିବା ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ବନ୍ଦ ରହିବ। ଏଥିସହ ପ୍ରି-ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।