Odisha Link
Bridging the Missing Links in Odisha

ଟ୍ରେନ ଟଏଲେଟ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ

ମୃତଦେହ ମିଳିବା ପରେ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଓଏଲ୍‌ ବ୍ୟୁରୋ: ଧାନବାଦ ଏକ୍ସପ୍ରେସରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଟ୍ରେନ ଟଏଲେଟ ଭିତରୁ ମିଳିଲା ଜଣେ ଯୁବତୀଙ୍କ ମୃତଦେହ। ଧାନବାଦ ଏକ୍ସପ୍ରେସର ଏକ ବଗିରେ ଥିବା ଟଏଲେଟରୁ ମିଳିଛି। ଟ୍ରେନରୁ ଯାତ୍ରୀ ମାନେ ବାହାରିବା ପରେ ଏହି ମୃତଦେହ ଜବତ କରାଯାଇଛି। ମୃତଦେହ ମିଳିବା ପରେ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ମିଳିଥିବା ମୃତଦେହ ଚିହ୍ନଟ ହୋଇନଥିବା ବେଳେ କିଭଳି ଯୁବତୀଙ୍କ ମୃତ୍ୟୁ ହେଲା କାରଣ ଅସ୍ପଷ୍ଟ ରହିଛି। ଏନେଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.