ଜଙ୍ଗଲରେ ଏନକାଉଣ୍ଟର; ୫ ନକ୍ସଲ ଆହତ, ବିପୁଳ ମାଓ ସାମଗ୍ରୀ ଜବତ
ଘଟଣାସ୍ଥଳରୁ ବିପୁଳ ମାଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ରହିଛି।

ଓଏଲ୍ ବ୍ୟୁରୋ: ଜଙ୍ଗଲରେ ଏନକାଉଣ୍ଟରରେ ସମୟରେ ଯବାନଙ୍କୁ ମିଳିଛି ସଫଳତା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ଗୁଳିବିନିମୟ ହୋଇଥିବା ଜଣା ପଡିଛି। କହ୍ନେଇଗୁଡ଼ା ଜଙ୍ଗଲରେ ଏନକାଉଣ୍ଟରରେ ୫ ମାଓବାଦୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ମାଓବାଦୀଙ୍କୁ ନେଇଗଲେ ସାଥୀ ମାଓବାଦୀ। ଘଟଣାସ୍ଥଳରୁ ବିପୁଳ ମାଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ରହିଛି। ଡିଆରଜି ଯବାନଙ୍କ ଅପରେସନ ବେଳେ ମିଳିଛି ଏହି ସଫଳତା। ତେବେ କହ୍ନେଇଗୁଡ଼ା ଜଙ୍ଗଲରେ ଏନକାଉଣ୍ଟରରେ କୌଣସି ମାଓବାଦୀଙ୍କ ମୃତ୍ୟୁ ହୋଇନାହିଁ।