ସମ୍ବଲପୁରରେ କଟକଣା କୋହଳ, ୨୪ ଘଣ୍ଟା ଚାଲିବ ବ୍ରଡ୍ ବ୍ୟାଣ୍ଡ୍ ଓ ଲିଜ୍ ଲାଇନ
ବ୍ରଡ୍ ବ୍ୟାଣ୍ଡ୍, ଲିଜ୍ ଲାଇନ ଚଳାଇବା ପାଇଁ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଥିବା କଟକଣାକୁ ସମ୍ପୂର୍ଣ କୋହଳ କରାଯାଇଛି।

ଓଏଲ୍ ବ୍ୟୁରୋ: ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର ସହରରେ ଜୀବନଯାତ୍ରା। ଲୋକମାନେ ନିଜ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ବାହାରକୁ ଆସୁଛନ୍ତି। ସମ୍ବଲପୁରରେ ଆଜିଠୁ ସକାଳ ୬ ରୁ ସଂନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟା କଟକଣା କୋହଳ କରାଯାଇଛି। ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଥିବାରୁ ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ସପ୍ତାହେ ପରେ ବି ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ହେଲେ ବ୍ରଡ୍ ବ୍ୟାଣ୍ଡ୍, ଲିଜ୍ ଲାଇନ କାର୍ଯ୍ୟ କରୁଛି। ତେବେ ଏହି ବ୍ରଡ୍ ବ୍ୟାଣ୍ଡ୍, ଲିଜ୍ ଲାଇନ ଚଳାଇବା ପାଇଁ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଥିବା କଟକଣାକୁ ସମ୍ପୂର୍ଣ କୋହଳ କରାଯାଇଛି।
ଅନ୍ୟପକ୍ଷେ, ସମ୍ବଲପୁର ସହରରେ ମୋବାଇଲ ଇଣ୍ଟରନେଟ୍ ବନ୍ଦ ଥିବାବେଳେ ବ୍ରଡ୍ ବ୍ୟାଣ୍ଡ୍, ଲିଜ୍ ଲାଇନ କାର୍ଯ୍ୟ କରୁଛି। ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଥିବା କଟକଣାକୁ ସମ୍ପୂର୍ଣ କୋହଳ କରାଯାଇ ଆଜିଠୁ ୨୪ ଘଣ୍ଟା ମିଳିବ ଏହି ସେବା। ତେବେ ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ ରହିବ। ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ସମ୍ବଲପୁରବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେବେ ଅତିଶୀଘ୍ର ସ୍ତିତି ସୁଧୁରିଯିବ ବୋଲି ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।