Odisha Link
Bridging the Missing Links in Odisha

କଟକରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ମୋଦିଙ୍କ ପୂର୍ବତନ ପରାମର୍ଶଦାତା ଅମରଜିତ ସିହ୍ନା

ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଉପସ୍ଥିତ ରହିଥିଲେ।

ଓଏଲ୍‌ ବ୍ୟୁରୋ: ଆଜି କଟକ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବତନ ପରାମର୍ଶଦାତା ଅମରଜିତ ସିହ୍ନା। ସେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଏହି ଅବସରରେ ତାଙ୍କ ସହ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଉପସ୍ଥିତ ରହିଥିଲେ।

ସୂଚନା ଅନୁସାରେ, ଗତ ୧୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଅମରଜିତ ସିହ୍ନା ନିଜ ପଦରୁ ଇସ୍ତଫା ଦେଇଥିଲେ। ସିହ୍ନା ବିହାର କ୍ୟାଡରର ୧୯୮୩ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ। ସେ ପିଏମ ମୋଦୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ। ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିବା ଜଣା ପଡିଥିଲା।

Leave A Reply

Your email address will not be published.