Odisha Link
Bridging the Missing Links in Odisha

ଓଡ଼ିଶାରେ ଅପରାଧୀମାନେ ସୁରକ୍ଷିତ, ମହିଳାମାନେ ଅସୁରକ୍ଷିତ: ଲେଖାଶ୍ରୀ

ମନ୍ତ୍ରୀମାନଙ୍କ ନାଁରେ ମାମଲା ଥିଲେ ବି କାର୍ଯ୍ୟାନୁଷ୍ଠାନ ନିଆଯାଉନି।

ଓଏଲ୍‌ ବ୍ୟୁରୋ: ଲାଞ୍ଜିଗଡ଼ ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କହିଲେ ବିଜେପି କର୍ମୀ ଲେଖାଶ୍ରୀ। ଗଣଦୁଷ୍କର୍ମ ମାମଲା ରୁଜୁ ପାଇଁ କାହିଁକି ୪ ଦିନ ଲାଗିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ମାମଲା ରୁଜୁ ବଦଳରେ ଅଭିଯୋଗ ନକରିବାକୁ ପୁଲିସ ଉସୁକାଇଥିଲା ବୋଲି ଲେଖାଶ୍ରୀ କହିଛନ୍ତି। ୭ ଦିନ ପରେ ବି ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ବିଫଳ ହୋଇଛି। କଟକରେ ବି ଜଣେ ଦୁଷ୍କର୍ମର ଶିକାର। ଅପରାଧୀ ପୁଲିସକୁ ଡରୁନାହାନ୍ତି। ମନ୍ତ୍ରୀମାନଙ୍କ ନାଁରେ ମାମଲା ଥିଲେ ବି କାର୍ଯ୍ୟାନୁଷ୍ଠାନ ନିଆଯାଉନି।

ଅନ୍ୟପଟେ, ଗୁଡ୍ଡୁ ମୁସଲିମ ବରଗଡ଼ ଆସିବା ଘଟଣାକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଗୁଡ୍ଡୁ ମୁସଲିମ ଓଡ଼ିଶା ଆସିଥିବା ଉତ୍ତର ପ୍ରଦେଶ ଏସଟିଏଫ୍ ଜାଣିପାରିଲା। ଓଡ଼ିଶା ପୁଲିସ କଣ କରୁଥିଲା, ଓଡ଼ିଶା ପୁଲିସ ଗୋଇନ୍ଦା ପୂରା ଫେଲ୍। ଗୁଡ୍ଡୁ ମୁସଲିମର ସହଯୋଗୀ ରାଜା ଖାଁର ଘର ଭଟଲି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂଙ୍କ ସହଯୋଗୀ ହେଉଛି ରାଜା ଖାଁ। ସୁଶାନ୍ତଙ୍କ ଅପରାଧ ସାମ୍ରାଜ୍ୟର ବଡ଼ କାର୍ପଟଦାର ହେଉଛି ରାଜା। ଅପରାଧୀମାନେ ଓଡ଼ିଶାକୁ ସୁରକ୍ଷିତ ସ୍ଥାନ ମନେକରି ଏଠାକୁ ଆସୁଛନ୍ତି। ଓଡ଼ିଶାରେ ଅପରାଧୀମାନେ ସୁରକ୍ଷିତ, ମହିଳାମାନେ ଅସୁରକ୍ଷିତ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

Leave A Reply

Your email address will not be published.