Odisha Link
Bridging the Missing Links in Odisha

ଜମ୍ମୁ-କାଶ୍ମୀରରେ ୫ ଯବାନ ସହିଦ ହେବା ପରେ ଆକ୍ସନ ମୋଡ୍‌ରେ ଭାରତୀୟ ସେନା

ରେନ୍ସିକ୍ ଟିମ୍ ଘଟଣାସ୍ଥଳରୁ ସମସ୍ତ ସାମ୍ପୁଲ ଏକାଠି କରି ଯାଞ୍ଚ ଆରମ୍ଭ କରିଦେଇଛି।

ଓଏଲ୍‌ ବ୍ୟୁରୋ: ଗୁରୁବାର ଅପରାହ୍ନରେ ଜମ୍ମୁ-କଶ୍ମୀର ପୁଞ୍ଛ ଜିଲ୍ଲାରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିଲେ। ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ ନେଇ ବଡ ଖୁଲାସା ହୋଇଛି। ଆଇ ବି ରିପୋର୍ଟ ଅନୁସାରେ, ବିଜି ସେକ୍ଟରରେ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଷ୍ଟିକି ବମର ବ୍ୟବାହାର କରିଥିଲେ। ଆତଙ୍କବାଦୀମାନେ ସେନାର ଗାଡି ଉପରକୁ ୩୬ ରାଉଣ୍ଡ ଗୁଳିମାଡ କରିଛନ୍ତି। ଏହାସହିତ ଆକ୍ରମଣରେ ଆତଙ୍କବାଦୀମାନେ ଷ୍ଟିଲ୍ ବୁଲେଟର ବ୍ୟବହାର କରିଥିଲେ।

ଅନ୍ୟପଟେ, ପୁଞ୍ଝରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି କରିଛି ଭାରତୀୟ ସେନା। ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରୁ ସମସ୍ତ ସାମ୍ପୁଲ ଏକାଠି କରି ଯାଞ୍ଚ ଆରମ୍ଭ କରିଦେଇଛି। ଘଟଣାସ୍ଥଳରୁ ଫରେନ୍ସିକ୍ ଟିମକୁ ୨ଟି ଗ୍ରେନେଡ୍ ପିନ୍ ମିଳିଛି। ତେବେ ସାଥୀ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସ୍ଥାନୀୟ ପୁଲିସଙ୍କ ସହ ମିଶି ଏକ ଆକ୍ସନ ପ୍ଲାନ୍ ବନାଇଛି ଭାରତୀୟ ସେନା। ପ୍ରାୟ ୨୦୦୦ ସୈନ୍ୟଙ୍କୁ ଏହି ସର୍ଚ୍ଚ ଅପରେସନରେ ଲଗାଯାଇଛି। ଏହି ସର୍ଚ୍ଚ ଅପରେସନରେ ଡ୍ରୋନ୍ ଏବଂ ହେଲିକପ୍ଟର ବାବହାର କରାଯାଇଛି। ତେବେ ସହିଦ ଯବାନଙ୍କ ପାଇଁ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.