ଦୀର୍ଘ ୧୦ ଦିନ ପରେ ସମ୍ବଲପୁର ଜିଲ୍ଲାରେ ଉପଲବ୍ଧ ହେଲା ମୋବାଇଲ ଇଣ୍ଟରନେଟ ସେବା
ଭୋର ୫ଟାରୁ ସନ୍ଧ୍ୟା ୭ଟା ଯାଏଁ କର୍ଫ୍ୟୁ କଟକଣା କୋହଳ ରହିଛି।
ଓଏଲ୍ ବ୍ୟୁରୋ: ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର ସହରରେ ଜୀବନଯାତ୍ରା। ଲୋକମାନେ ନିଜ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ବାହାରକୁ ଆସୁଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ସକାଳ ୬ଟାରୁ ସମ୍ବଲପୁରରେ ମୋବାଇଲ ଇଣ୍ଟରନେଟ ସେବା ଉପଲବ୍ଧ ହୋଇଛି। ସମ୍ବଲପୁରରେ କର୍ଫ୍ୟୁ କଟକଣା କୋହଳ ହୋଇଥିବା ବେଳେ ରାତ୍ରୀ କାଳୀନ କର୍ଫ୍ୟୁ କଟକଣା ବଳବତର ରହିଛି। ଭୋର ୫ଟାରୁ ସନ୍ଧ୍ୟା ୭ଟା ଯାଏଁ କର୍ଫ୍ୟୁ କଟକଣା କୋହଳ ରହିଛି। ରାତି ୭ଟାରୁ ଭୋର ୫ଟା ଯାଏଁ ସହରରେ କର୍ଫ୍ୟୁ କଟକଣା ବଳବତର ରହିବ। ଗତକାଲି ଠାରୁ ସ୍ୱାଭାବିକ ଭାବେ ଚାଲୁଥିଲା ବ୍ରଡ୍ ବ୍ୟାଣ୍ଡ୍, ଲିଜ୍ ଲାଇନ।
ଅନ୍ୟପକ୍ଷେ, ସମ୍ବଲପୁର ହନୁମାନ ଜୟନ୍ତୀ ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଗତ କିଛି ଦିନ ହେବ ଇଣ୍ଟେରନେଟ ସେବାରୁ ବଂଚିତ ଥିଲେ ସମ୍ବଲପୁର ବାସିନ୍ଦା। ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣା କରାଯାଇଥିଲା। ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ସମ୍ବଲପୁରବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ଆଜି ଦୀର୍ଘ ୧୦ ଦିନ ପରେ ସମ୍ବଲପୁର ସହରରେ ମୋବାଇଲ ଇଣ୍ଟରନେଟ ସେବା ଉପଲବ୍ଧ ହୋଇଥିବା ସୂଚନା ରହିଛି।